ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ : ୯ ଜିଲ୍ଲାପାଳଙ୍କ ସମେତ ୩୨ ଅଫିସର ବଦଳିଲେ

ଭୁବନେଶ୍ବର କମିସନର ପ୍ରେମଚନ୍ଦ, କଟକରେ ଅନନ୍ୟା, ଖୋର୍ଧା, କଟକ, କେନ୍ଦ୍ରାପଡା, ବାଲେଶ୍ବର ଜିଲ୍ଲାପାଳ ବଦଳିଲେ, କୃପାସିନ୍ଧୁ ମିଶ୍ର ଲୋକସଂପର୍କ ବିଭାଗର ନୂଆ ନିର୍ଦେଶକ

ଭୁବନେଶ୍ବର : ଅଳ୍ପ କିଛି ଦିନ ତଳେ େକନ୍ଦ୍ରାପଡା ଜିଲ୍ଲାପାଳ ଭାବେ ଆଇଏଏସ୍ ଅଫିସର େପ୍ରମଚନ୍ଦ ଚୌଧୁରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ରାଜ୍ୟ ସରକାର ଆଜି ମନ ପରିବର୍ତନ କରି ତାଙ୍କୁ ଭୁବନେଶ୍ବର ମହାନଗର ନିଗମ କମିସନର ଭାବେ ନିଯୁକ୍ତି େଦଇଛନ୍ତି। ତାଙ୍କୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ସିଇଓ ଓ ବିଡିଏ ଉପାଧ୍ୟକ୍ଷ ଦାୟିତ୍ବ ମଧ୍ୟ ମିଳିଛି। ଭୁବନେଶ୍ବର ମହାନଗର ନିଗମ ଅତିରିକ୍ତ କମିସନର ଅନନ୍ୟା ଦାସଙ୍କୁ କଟକ ମହାନଗର ନିଗମ କମିସନର ଭାବେ ଅବସ୍ଥାପିତ କରାଯାଇଛି। ଖାଲିପଡିଥିବା ବିଧାନସଭା ସଚିବ ପଦବିରେ ସରକାର ଦାଶରଥୀ ଶତପଥୀଙ୍କୁ ନିଯୁକ୍ତି େଦଇଛନ୍ତି। ଏଥିସହିତ ୯ ଜିଲ୍ଲାପାଳଙ୍କ ସମେତ ସମୁଦାୟ ୩୨ ଜଣ ଅଧିକାରୀଙ୍କ ସ୍ତରରେ ସରକାର ଆଜି ଅଦଳବଦଳ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ଥର ସରକାରକୁ ଆସିବା ପରେ ଅଫିସରସ୍ତରରେ ଏହା ହେଉଛି ପ୍ରଥମ ଅଦଳବଦଳ। ଖୁବ୍ ଶୀଘ୍ର ସଚିବସ୍ତରରେ ମଧ୍ୟ ବଡ଼ ପରିବର୍ତନ କରାଯିବ େବାଲି ସୂଚନା ମିଳିଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଅନ୍ତଃରାଜ୍ୟ ଡେପୁଟେସନରେ ଥିବା ତାମିଲନାଡୁ କ୍ୟା଼ଡରର ଆଇଏଏସ୍ ଅଫିସର ତଥା ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିେର୍ଦଶକ ଅର୍ଚ୍ଚନା ପଟ୍ଟନାୟକଙ୍କୁ ଉଠା ଜଳସେଚନ ନିଗମର ପରିଚାଳନା ନିେର୍ଦଶକ ଭାବେ ବଦଳି କରାଯାଇଛି। ସେ ଜଳସଂପଦ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ତୁଲାଇବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ଅତିରିକ୍ତ ଶାସନ ସଚିବ ନିରଞ୍ଜନ ସାହୁଙ୍କୁ ଉଚ୍ଚଶିକ୍ଷା ବିଭାଗ ନିେର୍ଦଶକ ଭାବେ ନିଯୁକ୍ତି ମିଳିଛି। ଏହାସହିତ ସେ ଶ୍ରମ କମିସନର ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ।

ରାଜସ୍ବ ପର୍ଷଦ ସଚିବ ପ୍ରଶାନ୍ତ କୁମାର େସନାପତିଙ୍କୁ ରେଜିେଷ୍ଟ୍ରସନ୍ ଆଇଜି ଭାବେ ଅବସ୍ଥାପିତ କରାଯାଇଛି। ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିେର୍ଦଶକ ନିର୍ମଳ ଚନ୍ଦ୍ର ମିଶ୍ର ପର୍ଯ୍ୟଟନ ନିେର୍ଦଶକ ଓ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପରିଚାଳନା ନିେର୍ଦଶକ ଭାବେ କାର୍ଯ୍ୟ କରିବେ। ଶ୍ରମ କମିସନର ଅଞ୍ଜନ କୁମାର ମାନିକଙ୍କୁ ଅବକାରୀ କମିସନର, ପର୍ଯ୍ୟଟନ ନିେର୍ଦଶକ ବିଭୂତି ଭୂଷଣ ପଟ୍ଟନାୟକ ରାଜ୍ୟ ସମବାୟ ନିବନ୍ଧକ, ସେଠାରେ ଥିବା ତ୍ରିବିକ୍ରମ ପ୍ରଧାନଙ୍କୁ ଅବକାରୀ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ବଦଳି କରାଯାଇଛି।

ସେହିଭଳି ରାଜ୍ୟ ସରକାର କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଵାଲଙ୍କୁ ବଦଳି କରିଛନ୍ତି। ତାଙ୍କୁ ସାମାଜିକ କଲ୍ୟାଣ, ମିସନ ଶକ୍ତି ନିେର୍ଦଶକ ଭାବେ ନିଯୁକ୍ତି ମିଳିଛି। ସେ ଓମବାଡ୍ ସିଇଓ ଭାବେ ବି କାର୍ଯ୍ୟ କରିବେ। କଟକ ମହାନଗର ନିଗମ କମିସନର ଶରତ ଚନ୍ଦ୍ର ନାୟକଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗରେ ଯୁଗ୍ମ ଶାସନ ସଚିବ ଯାମିନୀ ଷଡଙ୍ଗୀଙ୍କୁ ଓଡ଼ିଶା ରାଜ୍ୟ ଔଷଧ ନିଗମ ପରିଚାଳନା ନିେର୍ଦଶକ ଭାବେ ନିଯୁକ୍ତି ମିଳିଛି। ନିକଟରେ େଖାର୍ଧା ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିବା ଭୂପିନ୍ଦର ସିଂ ପୁନିଆଙ୍କୁ ସରକାର େସଠାରୁ େଫରାଇ ଆଣିଛନ୍ତି। ତାଙ୍କୁ ଓପେପା ରାଜ୍ୟ ପ୍ରକଳ୍ପ ନିେର୍ଦଶକ ଭାବେ ଅବସ୍ଥାପିତ କରାଯାଇଛି। ସେ ଆଦର୍ଶ ବିଦ୍ୟାଳୟ ସଂଗଠନ, ରାମସା ରାଜ୍ୟ ପ୍ରକଳ୍ପ ନିେର୍ଦଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ।

ଜଗତସିଂହପୁର ଜିଲ୍ଲାପାଳ ଗୁହା ପୁନମ ତାପସ କୁମାରଙ୍କୁ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ଭୁବନେଶ୍ବର ମହାନଗର ନିଗମ କମିସନର ସମର୍ଥ ବର୍ମା େକନ୍ଦ୍ରାପଡା ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି। ସାମାଜିକ କଲ୍ୟାଣ ଓ ମିସନ ଶକ୍ତି ନିେର୍ଦଶକ ରେଘୁ ଜିଙ୍କୁ ବୈଷୟିକ ଶିକ୍ଷା ନିେର୍ଦଶକ ଭାବେ ଅବସ୍ଥାପିତ କରାଯାଇଛି। େକାରାପୁଟ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀଙ୍କୁ ବାଲେଶ୍ବର, ଓଡ଼ିଶା ଉଠାଜଳ ସେଚନ ନିଗମ ପରିଚାଳନା ନିେର୍ଦଶକ ସୁରେନ୍ଦ୍ର କୁମାର ମୀନାଙ୍କୁ ରାଜସ୍ବ ପର୍ଷଦ ସଚିବ, ନୂଆପଡା ଜିଲ୍ଲାପାଳ ଡ. େପାମା ଟୁଡୁଙ୍କୁ େକାରାପୁଟ ଜିଲ୍ଲାପାଳ ଭାବେ ସରକାର ନିଯୁକ୍ତି ଦେଇଛନ୍ତି।

୨୦୧୩ ବ୍ୟାଚ୍‌ ଆଇଏଏସ୍ ମଧୁମିତା ସାହୁଙ୍କୁ ନୂଆପଡା ଜିଲ୍ଲାପାଳ, େଖାର୍ଧା ପିଡି ଅବଦୁଲ ଅଖତରଙ୍କୁ କଟକ ଜିଲ୍ଲା ପ୍ରକଳ୍ପ ନିେର୍ଦଶକ ଦାୟିତ୍ବରେ ରଖାଯାଇଛି। ବରିଷ୍ଠ ଓଏଏସ୍‌ ଅଫିସର ଲଲାଟେନ୍ଦୁ ମିଶ୍ରଙ୍କୁ ବୌଦ୍ଧ ଜିଲ୍ଲାପାଳ, ବୌଦ୍ଧ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କୁ େଖାର୍ଧା, ସମବାୟ ବିଭାଗର ଅତିରିକ୍ତ ସଚିବ ଭବାନୀ ଶଙ୍କର ଚଇନିଙ୍କୁ କଟକ ଜିଲ୍ଲାପାଳ ଓ ସିଡିଏ ଉପାଧ୍ୟକ୍ଷ ଭାବେ ବଦଳି େହାଇଛନ୍ତି। କୃଷି ବିଭାଗ ଅତିରିକ୍ତ ସଚିବ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଜଗତସିଂହପୁର ଜିଲ୍ଲାପାଳ, ଓମବାଡ୍ ମହାପ୍ରବନ୍ଧକ େଜ୍ୟାତିରଂଜନ ପ୍ରଧାନଙ୍କୁ ଝାରସୁଗୁଡା ଜିଲ୍ଲାପାଳ, ଓପେପା ପ୍ରକଳ୍ପ ନିେର୍ଦଶକ େଜ୍ୟାତି ପ୍ରକାଶ ଦାସଙ୍କୁ ବୟନ ନିେର୍ଦଶକ ଓ ବୟାନିକା ପରିଚାଳନା ନିେର୍ଦଶକ, ଉଚ୍ଚଶିକ୍ଷା ବିଭାଗର ଅତିିରିକ୍ତ ସଚିବ କୃପାସିନ୍ଧୁ ମିଶ୍ରଙ୍କୁ ସୂଚନା ଓ େଲାକସଂପର୍କ ନିେର୍ଦଶକ ଭାବେ ନିଯୁକ୍ତି ମିଳିଛି। ଏଠାରେ ଥିବା ଲକ୍ଷ୍ମୀଧର ମହାନ୍ତି ଶ୍ରୀ ମିଶ୍ରଙ୍କ ସ୍ଥାନରେ ଉଚ୍ଚଶିକ୍ଷା ବିଭାଗରେ କାର୍ଯ୍ୟ କରିବେ। ବାଲେଶ୍ବର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଇଏସ୍ଆଇ ନିେର୍ଦଶକ ଓ ଝାରସୁଗୁଡା ଜିଲ୍ଲାପାଳ ବିଭୂତି ଭୂଷଣ ଦାସ ରାଜସ୍ବ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ଦାୟିତ୍ବ ତୁଲାଇବେ।

ନିରଞ୍ଜନଙ୍କ ସ୍ଥାନକୁ ଗଲେ ଆଦିତ୍ୟ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ‌େର କାର୍ଯ୍ୟ କରୁଥିବା ଅତିରିକ୍ତ ସଚିବ ନିରଞ୍ଜନ ସାହୁଙ୍କୁ ଉଚ୍ଚଶିକ୍ଷା ନିର୍ଦେଶାଳୟର ନିର୍ଦେଶକ ଭାବେ ବଦଳି କରାଯାଇଛି। ଏହା ସହିତ ତାଙ୍କୁ ଶ୍ରମ କମିସନର ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। ଶ୍ରୀ ସାହୁଙ୍କ ସ୍ଥାନରେ ଆଇଟି ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିବା ଆଦିତ୍ୟ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ବରିଷ୍ଠ ଓଏଏସ୍‌ ତଥା ଓଡ଼ିଶା ଖଣି ନିଗମର ସ୍ବତନ୍ତ୍ର ଅଧିକାରୀ ମନୋଜ କୁମାର ସ୍ବାଇଁଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଉପ ସଚିବ ଭାବେ ବଦଳି କରାଯାଇଛି। ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ କରିଛି ସାଧାରଣ ପ୍ରଶାସନ ବିଭାଗ।

ସମ୍ବନ୍ଧିତ ଖବର