ମୈଦଲପୁର: ନବରଙ୍ଗପୁରଜିଲ୍ଲା ମୈଦଲପୁର ଠାରୁ ଡାବୁଗାଁ ଦେଇ ଯାଇଥିବା ଦୟାଗୁଡା ଛକ ନିକଟରେ ଅଟୋ ଓଲଟି ୯ ଜଣ ଆହତ ହୋଇଛନ୍ତି ।  ଆହତମାନଙ୍କୁ  ଚିକିତ୍ସା ଲାଗି ମୈଦଲପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

Advertisment

ଅଟୋ ସମ୍ମୁଖକୁ ଆସିଲେ କୁକୁର

ସୂଚନା ଅନୁସାରେ କିଛି ଲୋକେ ଚନ୍ଦ୍ରପୁର ପଞ୍ଚାୟତ ଟିକ୍ରାପାଲା ଗ୍ରାମରୁ ଏକ ଦଶାହ କାମରେ ମାନିଗାଁ ପଞ୍ଚାୟତ ରାଉଳିଗୁଡା ଯାଉଥିଲେ। ଯାଉଥିବା ସମୟରେ ଦୟାଗୁଡ଼ା ନିକଟରେ ତିନିଟି କୁକୁର ସମ୍ମୁଖକୁ ଆସିବାରୁ ଡ୍ରାଇଭର ଭାରସାମ୍ୟ ହରାଇବା ଫଳରେ ଅଟୋଟି ଚାଷ ଜମି ଭିତରକୁ ଓଲଟି ପଡିଥିଲା । ଫଳରେ  ବସିଥିବା ୧୪ ଜଣ ମଧ୍ୟରୁ ୯ ଜଣ ଆହତ ହୋଇଥିଲେ ।

ଆହୁରି ପଢ଼ନ୍ତୁ:Kanak News: କନକ ନ୍ୟୁଜର ‘ଦ ଭଏସ୍ ଅଫ୍ ରାଉରକେଲା’

ସ୍ଥାନୀୟ ଲୋକଙ୍କ ସହାୟତାରେ ଏକ ଗାଡ଼ିରେ ଆହତମାନଙ୍କୁ ଚିକିତ୍ସା ଲାଗି ମୈଦଲପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଡାକ୍ତର କହିଛନ୍ତି।

ଆହତମାନେ ଟିକ୍ରାପାଲା ଗ୍ରାମର ଲଛମନ ଗୌଡ଼(୩୫),ରଘୁନାଥ ଗୌଡ଼,କମଳା ଗୌଡ଼(୩୫),ବିମଳା ଗୌଡ଼(୬୦),ଗୀତାଞ୍ଜଳି ଗୌଡ଼(୦୨),କମଳା ଗୌଡ଼(୬୦),ସୁଭଦ୍ରା ଗୌଡ଼(୩୫),କମଳା ଗୌଡ଼(୫୦),ଦୁର୍ଯ୍ୟ ଗୌଡ଼(୪୦) ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ:Suicide Attack In Pakistan: ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ: ୬ ସୈନିକଙ୍କ ମୃତ୍ୟୁ

ରିପୋର୍ଟ: ଆକାଶ ବିଷୋୟୀ