ଭୁବନେଶ୍ବର : ରାଜ୍ୟରେ ଗତବର୍ଷ ଡିସେମ୍ବର ଶେଷ ସୁଦ୍ଧା ୮,୯୮,୭୧୭ଜଣ ବେକାର ଯୁବକ, ଯୁବତୀ ବିଭିନ୍ନ ନିୟୋଜନ କାର୍ଯ୍ୟାଳୟମାନଙ୍କରେ ନିଜର ନାମ ପଞ୍ଜୀକରଣ କରିଛନ୍ତି। ଏଥିରେ ଇଞ୍ଜିନିୟରିଂ ୧୨,୫୩୨, ମେଡିକାଲ ୮୦୧, ଭେଟନାରି ୪୮, ଏଗ୍ରିକଲଚର ୨୫୮ ସ୍ନାତକ କରିଛନ୍ତି। ଏହାବାଦ୍ ଡିପ୍ଲୋମା ୩୨,୬୨୮, ଆଇଟିଆଇ ୩୨,୨୧୩, ସିଟି ୨୦,୧୧୧, ବିଏଡ୍‌ ୫୧୫୮୫ ଓ ଏମ୍‌ଏଡ୍‌ ୮୨୦ଜଣ ସହ କଳା, ବିଜ୍ଞାନ, ବାଣିଜ୍ୟ କ୍ଷେତ୍ରରେ ଯୁବକ,ଯୁବତୀମାନେ ପଞ୍ଜୀକରଣ କରିଥିବା ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ।

Advertisment

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ସାହୁ କହିଛନ୍ତି ଯେ ରାଜ୍ୟରେ ୨୦-୩୫ବର୍ଷ ବୟସ୍କଙ୍କ ମଧ୍ୟରେ ବେକାରି ସଂଖ୍ୟା ଓ ସେମାନଙ୍କ ମଧ୍ୟ ମାଟ୍ରିକ ତଥା ତା’ଠାରୁ ଅଧିକ ଶିକ୍ଷାଗତ ଯୋଗ୍ୟତା ହାସଲକାରୀଙ୍କ ତଥ୍ୟ ଉପଲବ୍ଧ ନାହିଁ। ଏହାସହ ୨୦୨୦/୨୧ ମସିହାରେ ରାଜ୍ୟରେ ୭,୫୩,୬୦୦ ଜଣ ଇଏସ୍‌ଆଇ ପରିସରଭୁକ୍ତ ଅଛନ୍ତି। ଏଥିରେ ଖୋର୍ଧାରେ ସର୍ବାଧିକ ୨,୩୩,୪୦୪, ଗଞ୍ଜାମ ୨,୨୨,୨୫୦, ସୁନ୍ଦରଗଡ଼ ୮୨,୦୧୭, ଅନୁଗୁଳ ୭୬,୮୦୪ ଓ ନବରଙ୍ଗପୁରରେ ସର୍ବନିମ୍ନ ୪୫ଜଣ ଇଏସଆଇ ପରିସରଭୁକ୍ତ ହୋଇଛନ୍ତି।