କମାକ୍ଷାନଗର: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଅଞ୍ଚଳରେ ୯ ମାସର ଶିଶୁପୁତ୍ରକୁ ଚୋରି କରାଯାଇଛି। ଏହି ଶିଶୁକୁ ବିକ୍ରି କରାଯାଇଥିବା ଅଭିଯୋଗରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନଳିନୀ ଲୋହାର ଓରଫ ବୁଚୁ ଓ ମିର୍ଜା ମଇଉଇନ ବେଗ୍‌। ପୁଲିସ ଶିଶୁପୁତ୍ରକୁ ଉଦ୍ଧାର କରିବା ସହିତ ତା’ର ମା’ ସାବିତ୍ରୀ ପଧାନଙ୍କୁ ହସ୍ତାନ୍ତର କରିଛି। ଏହି ଘଟଣା ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ସୂଚନା ଅନୁସାରେ ଜିରିଡ଼ାମାଳି ଅଂଳରେ ଥିବା କିଛି ପରିତ୍ୟକ୍ତ ଘରେ ଆଖପାଖରେ କିଛି ଜରିଗୋଟାଳିଙ୍କ ସମେତ ଅନ୍ୟ କିଛି ଲୋକ ରହି ମୂଲ ମଜୁରୀ କରି ଦିନ କାଟୁଛନ୍ତି। ଏମାନେ ସହରରୁ ଜରି ଗୋଟାଇ ମୂଲ ମଜୁରି କରି ଚଳନ୍ତି। ସେଠାରେ ବିନୋଦ ପଧାନ ନାମକ ଜଣେ ବ୍ୟକ୍ତି ସ୍ତ୍ରୀ ସାବିତ୍ରୀ ପଧାନ ସହ ରହୁଛନ୍ତି। ପାଖରେ ଏକ ଝୁମ୍ପୁଡିରେ ନଳିନୀ ମଧ୍ୟ ରୁହନ୍ତି। ନିକଟରେ ନଳିନୀଙ୍କ ସ୍ବାମୀ ଟିକିଲି ଲୋହାର ଏକ ଚୋରି କେସରେ ଗିରଫ ହୋଇ ଜେଲରେ ଯାଇଛି। ନଳିନୀଙ୍କର ୩ବର୍ଷ, ୨ ବର୍ଷ ଓ ୩ ମାସର ୩ ଜଣ ସନ୍ତାନ ଅଛନ୍ତି।

publive-image

ମୁଣ୍ଡିଦେଉଳି ଅଂଚଳର ମିର୍ଜା ମଇଉଇନ ବେଗ ଅନେକ ସମୟରେ ସେହି ବସ୍ତିକୁ ଯିବା ଆସିବା କରନ୍ତି। ସେ ୩ ବର୍ଷ ହେବ ବିବାହ କରିଥିବାବେଳେ ତାଙ୍କର କୌଣସି ସନ୍ତାନ ନଥିଲେ। ଭବିଷ୍ୟତରେ ସନ୍ତାନ ନହେବା ନେଇ ଡାକ୍ତର କହିଥିଲେ। ତେଣୁ ସେ ସାବିତ୍ରୀଙ୍କ ନଅ ମାସର ଶିଶୁ ଉପରେ ଆଖି ପକାଇଥିଲେ। ଶିଶୁକୁ ନେବାପାଇଁ ବୁଚୁକୁ କହିଥିଲେ। ପୂର୍ବ ଯୋଜନା ଅନୁସାରେ ରବିବାର ମଧ୍ୟାହ୍ନରେ ବୁଚୁ ସାବିତ୍ରୀଙ୍କ ଶିଶୁ ପୁତ୍ରକୁ ଆଣି ମିର୍ଜା ମଇଉଦିନକୁ ବିକ୍ରି କରିଦେଇଥିଲା। ପୁଅକୁ ନପାଇବାରୁ ସାବିତ୍ରୀ ବସ୍ତି ବାସିଦାଙ୍କ ସହ ଶିଶୁ ନିଖୋଜ ସମ୍ପର୍କରେ କାମାକ୍ଷାନଗର ଥାନାରେ ଅଭିଯୋଗ କରିଥିଲେ। ସେ ସମୟରେ ମଧ୍ୟ ସାବିତ୍ରୀ ସହ ମଧ୍ୟ ବୁଚୁ ଆସିଥିଲା। କିନ୍ତୁ ବୁଚୁର ଛୋଟ ଛୁଆ ଥିବାବେଳେ ସେ କିଛି ଦିନହେବ ସାବିତ୍ରୀର ପୁଅକୁ ଧରୁଥିଲେ। ସେ ଶିଶୁକୁ ନେଇଥିବା ସଂନ୍ଦେହ କରିବାରୁ ପୁଲିସ ତାଙ୍କୁ ଶିଶୁ ସମ୍ପର୍କରେ ପଚାରିଥିଲେ। ସେ ଘଟଣା ସମ୍ପର୍କରେ ପୁଲିସ ଆଗରେ ମାନି ଯିବାରୁ ଶିଶୁକୁ ଆଣିବା ପାଇଁ ପୁଲିସ କହିଥିଲେ। ବୁଚୁ ଠାରୁ ଖବରପାଇ ପୁଲିସ ଭୟରେ ଶିଶୁକୁ ଫେରାଇବାପାଇଁ ବୁଚୁ ପାଖକୁ ମିର୍ଜା ଯିବାବେଳେ ଆଗକୁ ସେଠାରେ ଉପସ୍ଥିତ ଥିବା ପୁଲିସ ମିର୍ଜାକୁ ଗିରଫ କରାବା ସହ ବୁଚୁକୁ ଗିରଫ କରିଥିଲା। ଏ ସମ୍ପର୍କରେ କାମାକ୍ଷାନଗର ଥାନା ମାମଲା ରୁଜୁ ସହ ଘଟଣାର ତଦନ୍ତ କରୁଛି।