ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ଆଇଟିଆଇ ଛାତ୍ରଛାତ୍ରୀଙ୍କର ୯ ମାସର ହଷ୍ଟେଲ ଫି ଛାଡ

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ସରକାରୀ ଆଇଟିଆଇରେ ପଢୁଥିବା ଛାତ୍ରଛାତ୍ରୀଙ୍କର ୯ ମାସର ହଷ୍ଟେଲ ଫି ଛାଡ କରାଯାଇଛି।  ଏହାଦ୍ବାରା ସରକାରୀ ଆଇଟିଆଇରେ ପଢୁଥିବା ରାଜ୍ୟର ୩୦ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୨୦ ଅପ୍ରେଲ ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ୯ ମାସର ହଷ୍ଟେଲ ଫି ଛାଡ କରାଯାଇଛି। କୋଭିଡ ଯୋଗୁ ଏହି ସମୟରେ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁ ନ ଥିଲେ।  ଆଇଟିଆଇ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ ହଷ୍ଟେଲର ଦେୟ ବାବଦରେ ମାସିକ ୧୨୫ ଟଙ୍କା ଦେଇଥାନ୍ତି। ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ୯ ମାସରେ  ୧୧୨୫ ଟଙ୍କା ଦେୟ ହଷ୍ଟେଲ ଫି  ବାବଦରେ ଛାଡ ପାଇବେ।

ସମ୍ବନ୍ଧିତ ଖବର