ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ନେହେନା ଆଶ୍ରମ ସ୍କୁଲର ୮ ଜଣ ଛାତ୍ରଛାତ୍ରୀଙ୍କ ସହ ଜିଲ୍ଲାରୁ ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ‌ହୋଇଛନ୍ତି। ଜିଲ୍ଲାରେ ଗୁରୁବାର ୨୫୦ ଜଣଙ୍କ କୋଭିଡ୍‌ ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ନେହେନା ସ୍କୁଲର ୮ ଜଣ ଛାତ୍ରଛାତ୍ରୀ ଓ କୋମନା ବ୍ଲକରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି।

Advertisment

ତେବେ ଗୋଟିଏ ମାସ ଭିତରେ ଜିଲ୍ଲାରେ ୫୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଜିଲ୍ଲା କୋଭିଡ୍‌ ସ୍ବାସ୍ଥ୍ୟ ଅଧିକାରୀ ଡା. ଗୋପାଳ ଚନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି।