ଭୁବନେଶ୍ବର: ଆଜି ରାଜ୍ୟରେ ୨୨୩୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ୯ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୬୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଆଜି ଗଞ୍ଜାମ ଜିଲ୍ଲାରୁ ୩, ରାୟଗଡ଼ା ଜିଲ୍ଲାରୁ ୨, ବାଲେଶ୍ବର, ଖୋର୍ଦ୍ଧା, ମାଲକାନଗିରି ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। କରୋନାରେ ଯେଉଁ ୯ଜଣଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ଭିତରେ ୭ଜଣ ପୁରୁଷ ଓ ଦୁଇଜଣ ମହିଳା ଅଛନ୍ତି।

ଗଞ୍ଜାମର ମୃତକ ଦୁଇ ପୁରୁଷଙ୍କ ବୟସ ୭୯ ଓ ୬୮ ବର୍ଷ। ଅପରପକ୍ଷରେ ମୃତକ ମହିଳାଙ୍କ ବୟସ ୬୮ ବର୍ଷ। ରାୟଗଡ଼ା ମୃତକ ଦୁଇ ପୁରୁଷଙ୍କ ବୟସ ୬୫ ଓ ୬୮ ବର୍ଷ। ସମ୍ବଲପୁର ଜିଲ୍ଲାର ଯେଉଁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ତାଙ୍କର ବୟସ ୪୨ ବର୍ଷ ବୋଲି ଜଣାଯାଇଛି। ମାଲକାନଗିରିର ଜଣେ ୬୧ ବର୍ଷିୟ ପୁରୁଷଙ୍କ କରୋନାରେ ପ୍ରାଣହାନି ଘଟିଛି। ବାଲେଶ୍ବରର ମୃତକ ପୁରୁଷଙ୍କ ବୟସ ୬୨ ଓ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବରର ମୃତକ ମହିଳାଙ୍କ ବୟସ ୮୧ ବର୍ଷ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଏମାନେ ସମସ୍ତେ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୪୩,୭୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦,୩୩୯ ରହିଛି।