ଆଉ ୯ଜଣଙ୍କର ପ୍ରାଣହାନି, ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୬କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ କରୋନାରେ ଆଉ ୯ଜଣଙ୍କର ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଗଞ୍ଜାମ ଜିଲ୍ଲାରେ କରୋନାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଯାଜପୁର, ପୁରୀ ଓ ଖୋର୍ଦ୍ଧା ରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଲେଖାଏଁ ମୃତ ହୋଇଥିବା ଜଣାଯାଇଛି । ଗଞ୍ଜାମ ଜିଲ୍ଲାରେ କରୋନାରେ ୬ ଜଣ ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଓ ୪ଜଣ ପୁରୁଷ ଅଛନ୍ତି। ମୃତ ପୁରୁଷମାନଙ୍କ ବୟସ ଯଥାକ୍ରମେ ୪୦, ୫୦, ୬୦ ଓ ୪୬ ବର୍ଷ।  ଅପରପକ୍ଷରେ ମହିଳାଙ୍କ ବୟସ ୬୦ ଓ ୭୫ ବର୍ଷ ବୋଲି ଜଣାଯାଇଛି। ଉଭୟେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।

ଯାଜପୁର, ପୁରୀ ଓ ଖୋର୍ଦ୍ଧାରେ ଯେଉଁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି, ସେମାନେ ସମସ୍ତେ ପୁରୁଷ। ସେମାନଙ୍କର ବୟସ ଯଥାକ୍ରମେ ୫୭, ୪୦ ଓ ୫୫ ବର୍ଷ। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଏହି ୧୦ଜଣ କୋଭିଡ୍ ପଜିଟିଭ୍ ରୋଗୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି | ନିୟମିତ ଭାବେ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ବଢୁଥିବା ପରିଲକ୍ଷିତ ହେଉଛି।
ଏହା ଫଳରେ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୧୧୨ ଓ ଖୋର୍ଦ୍ଧାରେ ୩୦କୁ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର