ଓଡ଼ିଶାରେ ଆଉ ୯ କରୋନା ଆକ୍ରାନ୍ତ ମୃତ, ମୋଟ ସଂଖ୍ୟା ୩ ଶହ ଟପିଲା

ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ରାଜ୍ୟରେ ୯ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହା ସହିତ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦୫ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରୁ ୩ ଜଣ ମହିଳା ଥିବାବେଳେ ୬ ଜଣ ପୁରିଷ ରହିଛନ୍ତି ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଅନୁଗୁଳ ଜିଲ୍ଲାର ଜଣେ ୪୪ ବର୍ଷୀୟ ମହିଳା କରୋନା ଆକ୍ରାନ୍ତରେ ମୃତ୍ୟୁବରଣ କରିଛନ୍ତି । ସେ ଡାଇବେଟିସ ରୋଗରେ ମଧ୍ୟ ପୀଡ଼ିତ ଥିଲେ । ସେହିପରି ବାଲେଶ୍ୱର ଜିଲ୍ଲାର ଜଣେ ୩୮ ବର୍ଷୀୟ ପୁରୁଷ କରୋନାରେ ପ୍ରାଣ ହରାଇଛନ୍ତି ।

 

ରାଜ୍ୟର ସବୁଠାରୁ ଅଧିକ କରୋନା ପ୍ରଭାବିତ ଜିଲ୍ଲା ଗଞ୍ଜାମରେ ଗତ ୨୪ ଘଣ୍ଟାରେ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣ ମହିଳା ଥିବାବେଳେ ୨ ଜଣ ପୁରୁଷ ରହିଛନ୍ତି । ଅନ୍ୟପକ୍ଷରେ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଓ ଖୋର୍ଦ୍ଧାର ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ରାୟଗଡ଼ା ଜିଲ୍ଲାରେ ପ୍ରାଣହରାଇଥିବା ଦୁଇଜଣ ଯାକ ଆକ୍ରାନ୍ତ ପୁରୁଷ ଥିବାବେଳେ ସେମାନଙ୍କ ବୟସ ୬୫ ବର୍ଷ ରହିଛି ।

ସମ୍ବନ୍ଧିତ ଖବର