ରାଷ୍ଟ୍ରପତି ପଦକ ଘୋଷଣା : ଓଡ଼ିଶାରୁ ୯ ମନୋନୀତ

ଭୁବନେଶ୍ବର : ସାଧାରଣତନ୍ତ୍ର ଦିବସ ଅବସରରେ ୮୬ ଜଣଙ୍କୁ ଅଗ୍ନିଶମ ସେବା ପଦକ ପ୍ରଦାନ ନିମନ୍ତେ ଘୋଷଣା କରାଯାଇଛି। ୧୫ ଜଣଙ୍କୁ ସାହସିକତା ପାଇଁ ରାଷ୍ଟ୍ରପତି ଅଗ୍ନିଶମ ସେବା ପଦକ, ୧୪ ଜଣଙ୍କୁ ସାହସିକତା ଅଗ୍ନିଶମ ସେବା ପଦକ, ଉଲ୍ଲେଖନୀୟ ସେବା ପାଇଁ ୭ ଜଣଙ୍କୁ ରାଷ୍ଟ୍ରପତି ଅଗ୍ନିଶମ ସେବା ପଦକ, ପ୍ରଶଂସନୀୟ କାର୍ଯ୍ୟ ପାଇଁ ୫୦ ଜଣଙ୍କୁ ଅଗ୍ନିଶମ ସେବା ପଦକ ପ୍ରଦାନ କରାଯିବ। ୫୮ ଜଣଙ୍କୁ ହୋମଗାର୍ଡ ଓ ସିଭିଲ ଡିଫେନ୍ସ ପଦକ ପ୍ରଦାନ ନିମନ୍ତେ ଘୋଷଣା କରାଯାଇଛି। ୮ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ହୋମଗାର୍ଡ ଓ ସିଭିଲ ଡିଫେନ୍ସ ପଦକ ଏବଂ ୫୦ ଜଣଙ୍କୁ ପ୍ରଶଂସନୀୟ କାର୍ଯ୍ୟ ପାଇଁ ହୋମଗାର୍ଡ ଓ ସିଭିଲ ଡିଫେନ୍ସ ପଦକ ପ୍ରଦାନ କରାଯିବ।

ଓଡ଼ିଶାରୁ କୁମରବର ସାମଲ ସାହସିକତା ପାଇଁ ଅଗ୍ନିଶମ ସେବା ପଦକ ଓ ବିଜୟ କୁମାର ମୁଦୁଲି, ଜ୍ୟୋତି ପ୍ରକାଶ ରଥ, ଅର୍ଜୁନ ବେହେରା, ସୌମେନ୍ଦ୍ରନାଥ କାନୁନଗୋ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଅଗ୍ନିଶମ ସେବା ପଦକ ପାଇବାକୁ ମନୋ‌ନୀତ ହୋଇଛନ୍ତି। ସେହିପରି ଉଲ୍ଲେଖନୀୟ ସେବା ପାଇଁ ହୋମଗାର୍ଡ ଓ ସିଭିଲ ଡିଫେନ୍ସରେ ରାଷ୍ଟ୍ରପତି ପଦକ ପାଇବାକୁ ଓଡ଼ିଶାର ଅମୂଲ୍ୟ କୁମାର ସମର୍ଥା ମନୋନୀତ ହୋଇଛନ୍ତି। ପ୍ରଶଂସନୀୟ ସେବା ପାଇଁ ହୋମଗାର୍ଡ ଓ ସିଭିଲ ଡିଫେନ୍ସ ପଦକ ପାଇବାକୁ ବିମଳ ପ୍ରସାଦ ପାଣି, ପ୍ରକାଶ କୁମାର ଜେନା, ଅଭିନ୍ନ ମୋହନ ସାମନ୍ତରାୟ ମନୋନୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର