ଭୁବନେଶ୍ୱର : ଆଜି ଅପରାହ୍ଣରେ ନୂଆଦିଲ୍ଲୀରେ ରାଜ୍ୟର ୯ଟି ଆଇଏଏସ୍ ଅଧିକାରୀ ପଦବିକୁ ବରିଷ୍ଠ ଓଏଏସ୍ ଅଧିକାରୀଙ୍କ ପଦୋନ୍ନତି ନେଇ ପଦୋନ୍ନତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ୯ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ମନୋନୀତ କରାଯାଇଛି। କେନ୍ଦ୍ର ଲୋକସେବା ଆୟୋଗ(ୟୁପିଏସ୍ସି) ସଦସ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପଦୋନ୍ନତି କମିଟି ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିସନର ଆର.ବାଲକ୍ରିଷ୍ଣନ, ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା, କେନ୍ଦ୍ର ସରକାରଙ୍କ ଦୁଇଜଣ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ୨୦୧୭ ମସିହାରେ ଆଇଏଏସ୍ ଅଧିକାରୀ ପଦବିକୁ ବରିଷ୍ଠ ଓଏଏସ୍ ଅଧିକାରୀଙ୍କ ପଦୋନ୍ନତି ପରିପ୍ରେକ୍ଷୀରେ ଖାଲି ପଡ଼ିଥିବା ୯ଟି ପଦବିର ମନୋନୟନ ସଂପର୍କରେ ବୈଠକରେ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା। ଗୋଟିଏ ପଦବିରେ ୩ଜଣ ହିସାବରେ ରାଜ୍ୟ ପଠାଇଥିବା ମୋଟ ୨୭ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ନେଇ ମନୋନୟନ ପ୍ରକି୍ରୟା ହୋଇଥିଲା। ସେମାନଙ୍କ ମଧ୍ୟରୁ ୯ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ମନୋନୀତ କରାଯାଇଥିବା ଆଭାସ ମିଳିଛି।
ଆଇଏଏସ୍ ପଦବିକୁ ପଦୋନ୍ନତି ପାଇଁ ୯ ବରିଷ୍ଠ ଓଏଏସ୍ ମନୋନୀତ
/sambad/media/post_attachments/wp-content/uploads/2018/06/ias.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)