ଭୁବନେଶ୍ବର: ୯ଟି ଘରୋଇ ଓ ସରକାରୀ ସଂଗଠନର କର୍ମକର୍ତ୍ତା ଆଜି ନବୀନ ନିବାସରେ ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଭିଜନ୍‌କୁ କାର୍ଯ୍ୟକାରୀ କରାଇବା ପାଇଁ ଶ୍ରୀ ପାଣ୍ଡିଆନ ଯେପରି କଠିନ ପରିଶ୍ରମ କରୁଛନ୍ତି, ତାହାକୁ ସେମାନେ ପ୍ରଶଂସା କରିଥିଲେ। ସେମାନେ ୫-ଟି ଅଧ୍ୟକ୍ଷଙ୍କ ଉପରେ ଆସ୍ଥା ସ୍ଥାପନ କରିବା ସହ ବିକାଶମୂଳକ କାର୍ଯ୍ୟରେ ସବୁପ୍ରକାର ସହଯୋଗ କରିବେ ବୋଲି କହିଥିଲେ। ଶ୍ରୀ ପାଣ୍ଡିଆନ୍ କହିଥିଲେ, ନୂଆ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ରୂପାନ୍ତରୀକରଣ ଜାରି ରଖିଛନ୍ତି। ଆଗାମୀ ଦିନରେ ଏହା ପ୍ରତିଫଳିତ ହେବ। ସମସ୍ତେ ଏକାଠି ହୋଇ ଏହାକୁ ସଫଳ କରିପାରିବା ବୋଲି ସେ କହିଥିଲେ।