ଆଉ ୯ଟି ଜିଲ୍ଲାରେ ଲକ୍‌ଡାଉନ୍‌ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: କରୋନା ସଂକ୍ରମଣର ମୁକାବିଲା ଲାଗି ରାଜ୍ୟ ସରକାର କଠୋର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପୂର୍ବରୁ ୫ଟି ଜିଲ୍ଲା ଓ ୮ଟି ସହରକୁ  ଲକଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଆଜି ରାଜ୍ୟ ସରକାର ଏହି ଲକ୍‌-ଡାଉନ୍‌କୁ ସଂପ୍ରସାରଣ କରି ଆଉ ୯ଟି ଜିଲ୍ଲାକୁ ସାମିଲ୍ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସର୍ବମୋଟ ୧୪ଟି ଜିଲ୍ଲାକୁ ଲକ୍‌-ଡାଉନ୍‌ ଘୋଷଣା କରାଯାଇଛି। ତେବେ ଏହି ଲକ୍‌-ଡାଉନ୍‌ ସମୟରେ ପୂର୍ବ ସୂଚନା ଅନୁସାରେ ଜରୁରୀ ସେବା ଅବ୍ୟାହତ ରହିବ । ହସ୍‌ପିଟାଲ, ଖାଦ୍ୟ ସାମଗ୍ରୀ ଦେକାନ ଓ ଔଷଧ ଦୋକାନ ଖୋଲା ରହିବ। ନୂତନ ଭାବେ ଲକଡାଉନରେ ସାମିଲ ହୋଇଥିବା ୯ ଜିଲ୍ଲାରେ ମାର୍ଚ୍ଚ ୨୪ ତାରିଖ ସକାଳ ୭ଟା ଠାରୁ ଜାରି ହେବ କଟକଣା।

ଲକ୍‌-ଡାଉନ୍‌ ଘୋଷଣା ହୋଇଥିବା ନୂତନ ୯ଟି ଜିଲ୍ଲା ମଧ୍ୟରେ ପୁରୀ. ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢ଼େଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡା ରହିଛି। ପୂର୍ବରୁ ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲାକୁ ଲକ୍‌-ଡାଉନ୍‌ ଘୋଷଣା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଏହି ୫ଟି ଜିଲ୍ଲାର ସବୁ ସହର ଓ ସବୁ ଗାଁ ସହିତ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଏବଂ ଯାଜପୁର ଟାଉନ ଗତ ୨୨ ମାର୍ଚ୍ଚ ରବିବାର ସକାଳ ୭ଟା ରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ପ୍ରାୟ ସଂପୂର୍ଣ୍ଣ (ନିଅର୍‌ ଟୋଟାଲ୍‌) ଲକ୍‌ ଡାଉନ୍‌ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର