ଓଭରଲୋଡିଂ ୯ ଟ୍ରକ୍‌ ଜବତ, ୩ ଲକ୍ଷ ୪୫ ହଜାର ୫୮୦ ଟଙ୍କା ଜରିମାନା

ରାଉରକେଲା: ରାତ୍ରୀ ପ‌େଟ୍ରୋଲିଂ ବେଳେ ଲହୁଣିପଡା ପୁଲିସ ହାତରେ ଧରାପଡିଛି ୯ ଓଭରଲୋଡିଂ ଚିପ୍‌ସ ବୋଝେଇ ଟ୍ରକ। ପୁଲିସ ଟ୍ରକଗୁଡ଼ିକ ଅଟକ ରଖି ଏ ସଂକ୍ରାନ୍ତରେ ଆର୍‌ଟିଓ ଓ ଲହୁଣିପଡା ତହସିଲଦାରଙ୍କୁ ସୂଚନା ଦେଇଥିଲେ। ତହସିଲଦାର  ୯ଟି ଟ୍ରକ୍‌ ମଧ୍ୟରୁ  ୭ଟି ଟ୍ରକରୁ ମୋଟ ୩ ଲକ୍ଷ  ୪୫ ହଜାର ୫୮୦ ଟଙ୍କା ଜରିମାନା ଆଦାୟ କରିଥିବା ଜଣାପଡିଛି। ଓଡି ୦୨ ବିପି ୭୬୫୪ରୁ ୫୫ ହଜାର ୨୨୦ ଟଙ୍କା, ଓଡି୩୪ପି-୪୦୬୩ରୁ ୪୯ ହଜାର ୩୮୦ ଟଙ୍କା, ଓଡି-୦୨ବିପି ୭୬୨୩ରୁ ୫୨ ହଜାର ୬୬୦ ଟଙ୍କା ଆଦାୟ କରାଯାଇଛି।

ସେମିତି ଓଡ଼ି ୩୪ ପି-୩୯୬୧ରୁ ୫୦ହଜାର ୭୪୦ ଟଙ୍କା,  ଓଡ଼ି ୩୪ପି-୩୯୯୪ରୁ ୫୩ ହଜାର ୬୦ ଟଙ୍କା,  ଓଡ଼ି ୧୪ଏଏ-୬୦୧୦ରୁ ୪୩ ହଜାର ୬୨୦ ଟଙ୍କା, ଓଡି ୦୯ଡବ୍ଲ୍ୟୁ ୧୮୬୫ରୁ ୪୦ ହଜାର ୯୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଗତ କିଛି ମାସ ଧରି ଲହୁଣିପଡା ଓ ଏହାର ଆଖପାଖ ଅଞ୍ଚଳରୁ ଅଧିକାଂଶ ଟ୍ରକ ବାଲି, ଚିପ୍‌ସ, ଗେଟି ଆଦି ଓଭର‌ଲୋଡିଂ  କରି ପରିବହନ ବିଭିନ୍ନ ସ୍ଥାନକୁ ଯାଉଥିଲା। ଗତ ଦୁଇ ଦିନ ଧରି ରାତ୍ରୀ ପେ‌ଟ୍ରୋଲିଂ ବେଳେ ପୁଲିସର ଏସବୁ ଗାଡ଼ିକୁ ଜବତ କରିଥିଲା।

ସମ୍ବନ୍ଧିତ ଖବର