ରାଉରକେଲା: ଦକ୍ଷିଣ ପୂର୍ବ ରେଳବାଇ ଚକ୍ରଧରପୁର ମଣ୍ଡଳ ଅନ୍ତର୍ଗତ ମୁମ୍ବାଇ-ହାୱଡା ଅପ୍‌ ଓ ଡାଉନ୍‌ ମୁଖ୍ୟ ଲାଇନ ସମେତ ଅନ୍ୟ ଲାଇନର ମରାମତି କାମ ପାଇଁ ୯ଟି ପାସେଞ୍ଜର ଓ ଏକ୍ସପ୍ରେସ୍‌ ଟ୍ରେନକୁ ବାତିଲ କରାଯାଇଛି। ଚକ୍ରଧରପୁର-ରାଉରକେଲା-ଚକ୍ରଧରପୁର ମେମୁ (ପାସେଞ୍ଜର) ଆସନ୍ତାକାଲି,  ୧୭, ୨୪ ଓ ୩୧ ତାରିଖ, ମୋଟ ୪ ଦିନ ବାତିଲ ହୋଇଛି। ଟାଟାନଗର-ରାଉରକେଲା-ଟାଟାନଗର ମେମୁ ଆସନ୍ତାକାଲି (ବୁଧବାର) ବାତିଲ ହୋଇଛି। ଏଥିସହ ଆସନ୍ତା ୧୭, ୨୪ ଓ ୩୧ରେ ମଧ୍ୟ ଚଳାଚଳ କରିବ ନାହିଁ। ଟାଟାନଗର-ବାଦାମପାହାଡ-ଟାଟାନଗର ମଧ୍ୟ ପୂର୍ବ ‌ପାସେଞ୍ଜର ପରି  ସେହି ସମାନ ତିନି ଦିନ ବାତିଲ ହୋଇଛି।

Advertisment

ରାଉରକେଲା-ଝାରସୁଗୁଡା-ରାଉରକେଲା ମେମୁ ଆସନ୍ତା ୧୩, ୨୦ ଓ ୨୭ ତିନି ଦିନ ବାତିଲ ହୋଇଛି। ହଟିଆ-ଝାରସୁଗୁଡା-ହଟିଆ ମେମୁ ଏକ୍ସପ୍ରେସ୍‌ ମଧ୍ୟ ତିନି ଦିନ ବାତିଲ ହୋଇଛି। ଆସନ୍ତା ୧୩, ୨୦ ଓ ୨୭ରେ ରାଉରକେଲାରୁ ଝାରସୁଗୁଡ଼ା ମଧ୍ୟରେ ଚଳାଚଳ କରିବ ନାହିଁ। ଟାଟାନଗର-ବିଳାସପୁର-ଟାଟାନଗର ଏକ୍ସପ୍ରେସ୍‌ ମଧ୍ୟ ତିନି ଦିନ ଅର୍ଥାତ୍‌ ଆସନ୍ତା ୧୩, ୨୦ ଓ ୨୭ ତାରିଖ ବାତିଲ ହୋଇଛି। ଅନୁରୂପ ଭାବେ ରାଉରକେଲା-ପୁରୀ-ରାଉରକେଲା ଆସନ୍ତା ୧୩, ୨୦ ଓ ୨୭ ତାରିଖ ବାତିଲ ହୋଇଛି। ଟାଟାନଗର-ଗୁଆ-ଟାଟାନଗର ମେମୁ ଆସନ୍ତା ୧୪, ୨୧ ଓ ୨୮, ତିନି ଦିନ ବାତିଲ ହୋଇଛି।