ଗୋହିରା ଡ୍ୟାମରୁ ଜଳ ନିଷ୍କାସନ ବେଳେ ୯ ଜଣ ଭାସିଗଲେ: ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର ହେଲେ

ରିଆମାଳ: ଦେବଗଡ଼ ଜିଲ୍ଲାର ଗୋହିରା ଡ୍ୟାମରୁ ଶୁକ୍ରବାର ଜଳ ନିଷ୍କାସନ ବେଳେ ତଳ ମୁଣ୍ଡରେ ଥିବା ଗୋହିରାନାଳରେ ଫଟୋ ଉଠାଇବାକୁ ଯାଇଥିବା ୫ ଜଣ ଓ ଗାଧୋଇବାକୁ ଯାଇଥିବା ୪ଜଣ ଭାସିଯାଇଥିଲେ।ସେମାନେ ସମସ୍ତେ ରିଆମାଳ ଥାନା କଂସରଫାଣ୍ଡି ଦୁଧିଆନାଳୀ ପଞ୍ଚାୟତ ଅନ୍ତର୍ଗତ ଜାମ୍ବୁନାଳୀ ଗ୍ରାମର ବୋଲି ଜଣା ପଡିଛି।

ସୂଚନା ଅନୁସାରେ ଗୋହିରାଡ୍ୟାମ୍ କର୍ମଚାରୀ ଦିନ ୭ଟା ବେଳେ ଜଳ ନିଷ୍କାସନ ପାଇଁ ସାଇରନ୍ ସୂଚନା ପ୍ରଦାନ କରିଥିଲେ। ୮ଟା ସମୟରେ ୫ଟି ଗେଟରୁ ଗୋଟିଏ ଗେଟ୍ ଖୋଲିଥିଲେ। ୧୦ ଟା ବେଳେ ଜାମ୍ବୁନାଳୀ ଗ୍ରାମର ଗୋଟିଏ ସ୍ଥାନରେ ୫ଜଣ ଫଟୋ ଉଠାଉ ଥିଲେ। ସେହି ନିକଟରେ ଆଉ ଏକ ସ୍ଥାନରେ ୪ ଜଣ ଗାଧୋଉଥିଲେ। ଏମାନେ ଜଳ ନିଷ୍କାସନ ସୂଚନା ନ ଜାଣି ଗୋହିରା ତଳ କେନାଲରେ ଫଟୋ ଉଠାଇବାକୁ ଯାଇଥିଲେ। ଆଉ କିଛି ଲୋକ ଗାଧୋଉଥିଲେ। ଗେଟ୍ ଖୋଲିବା ପରେ ପ୍ରଖର ସ୍ରୋତରେ ଜଳ କେନାଲ୍ ଦେଇ ଆସିଥିଲା। ଫଳରେ ଏହି ୯ ଜଣ ଭାସି ଯାଇଥିଲ।

ସେମାନଙ୍କ ମଧ୍ୟରୁ ଦୁଇ ଜଣ କୌଶଳ କ୍ରମେ ଉପରକୁ ଉଠି ଆସିଥିଲେ। ସେମାନେ ଚିତ୍କାର କରିଥିଲେ । ଏହି ସମୟରେ ସ୍ଥାନୀୟ ଲୋକ ଦୌଡ଼ି ଆସି ଜଣକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ସେମାନେ ଅଗ୍ନିଶମ ବାହିନୀ ଓ ଥାନାକୁ ଫୋନ୍ କରିଥିଲେ। ଖବରପାଇ ଗୋହିରା କର୍ମଚାରୀ ଗେଟ୍ ବନ୍ଦ କରିଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଆଉ ୬ ଜଣଙ୍କୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର