କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳର ଅଟଇ ଜଙ୍ଗଲରୁ ମଙ୍ଗଳବାର ୯ ଜଣ ଶିକାରୀଙ୍କୁ ବନ କର୍ମଚାରୀମାନେ ଗିରଫ କରିଛନ୍ତି।

Advertisment

ଧନୁ ତୀର ସହ ସେମାନଙ୍କୁ ଗିରଫ କରାଯାଇଛି। ଉକ୍ତ ଜଙ୍ଗଲରେ ମହାବଳ ବାଘ ଥିବା ବନ ବିଭାଗ କହିଛି। ତେବେ ଏମାନେ କେଉଁ ଉଦ୍ଦେଶ୍ୟରେ ଏହି ଜଙ୍ଗଲରେ ବୁଲୁଥିଲେ ତା’ର ଖୋଳତାଡ କରୁଛି ବନ ବିଭାଗ। ଧନୁ ତୀରଗୁଡିକ ଜବତ କରାଯାଇଛି। ପୂର୍ବରୁ ଏହି ଜଙ୍ଗଲରେ ଅନେକ ଶିକାର ହେଉଥିଲା। ବନ ବିଭାଗ ସଜାଗ ହେବା ପରେ ଏହି ଶିକାର କମିଛି।