ଦେବଗଡ଼: ଦେବଗଡ଼ ସ୍ଥିତ ଏକ ଘରୋଇ ବିଦ୍ୟାଳୟରୁ ମଙ୍ଗଳବାର ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲା। ବୁଧବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉକ୍ତ ବିଦ୍ୟାଳୟରେ ୨୩୦ ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇ ଟେଷ୍ଟ କରାଯାଇଥିଲା। ସେଥି ମଧ୍ୟରୁ ୯ ଜଣ ଛତ୍ରଛାତ୍ରୀ ପଜିଟିଭ୍ ଥିବା ଜଣାପଡ଼ିଛି।
କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇଥିବା ଜଣାପଡ଼ିଛି। ବିଦ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂଗରୋଧର ବ୍ୟବସ୍ଥା କରାଯିବା ସହିତ କୋଭିଡ୍ ନିୟମ ଅନୁଯାୟୀ ବିଭିନ୍ନ ବ୍ୟବସ୍ଥା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/3-21.jpg)