ଆଜି ପହଞ୍ଚିବ ଆଉ ୯ ପ୍ରବାସୀ ଶ୍ରମିକ ଟ୍ରେନ୍‌

ଭୁବନେଶ୍ବର : ଓଡ଼ିଶାକୁ ପ୍ରବାସୀ ଓଡ଼ିଆଙ୍କ ଆଗମନ ଜାରି ରହିଛି। ୨୮ ତାରିଖ ସୁଦ୍ଧା ୧୫୫ଟି ‌ଟ୍ରେନ୍‌ ଓଡ଼ିଶାରେ ପହଞ୍ଚିଥିଲା। ଆଜି ଆଉ ୧୧ଟି ‌ଟ୍ରେନ୍‌ ଆସିଛି। ସୁରତରୁ ବ୍ରହ୍ମପୁରକୁ ୩ଟି ଟ୍ରେନ୍‌ ଆସିଥିବା ବେଳେ ସୁରତରୁ ନିର୍ଗୁଣ୍ଡିକୁ ୨ଟି, ଚେନ୍ନାଇରୁ ବ୍ରହ୍ମପୁର, ଗୁଜୁରାଟର ଭାବନଗରରୁ ଭୁବନେଶ୍ବର, ସୁରତରୁ ବାଲେଶ୍ବର, ମହାରାଷ୍ଟ୍ରର ପାନଭେଲ୍‌ରୁ ବାଲେଶ୍ବର, ପୁଡୁଚେରୀରୁ ବାଲେଶ୍ବର, ଚେନ୍ନାଇରୁ ବାଲେଶ୍ବର ଷ୍ଟେସନକୁ ଗୋଟିଏ ଲେଖାଏଁ ଟ୍ରେନ୍‌ ଆସିଛି/ଆସୁଥିବା ଜଣାପଡ଼ିଛି। ଏଥିସହ ଆଉ ୯ଟି ଟ୍ରେନ୍‌ ଆଜି ଓଡ଼ିଶା ଅଭିମୁଖେ ବାହାରିଛି। ଏଗୁଡ଼ିକ ମେ’ ୩୦ରେ ପହଞ୍ଚିବ। ସୁରତରୁ ବ୍ରହ୍ମପୁରକୁ ୫ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଆସୁଥିବା ବେଳେ କର୍ଣ୍ଣାଟକର କୋପାଲରୁ ଭଦ୍ରକ, ସୁରତରୁ ଖୋର୍ଧାରୋଡ, ଜମ୍ମୁର କାତ୍ରାରୁ ବ୍ରହ୍ମପୁର, ଆନ୍ଧ୍ରପ୍ରଦେଶର ଚିତ୍ତୋରରୁ ଭଦ୍ରକକୁ ଗୋଟିଏ ଲେଖା ଟ୍ରେନ୍‌ ଆସୁଛି।

ସମ୍ବନ୍ଧିତ ଖବର