ନିଯୁକ୍ତି ଅପେକ୍ଷାରେ ୯ ସନ୍ଧାନୀ କୁକୁର, ତିନି ବର୍ଷ ହେଲାଣି ଚାଲିଛି ଟ୍ରେନିଂ

ଭୁବନେଶ୍ବର : ରାଜ୍ୟ ପୁଲିସର ୯ସନ୍ଧାନୀ କୁକୁର ନିଯୁକ୍ତି ବିଳମ୍ବ ନେଇ ପ୍ରଶ୍ନ ଉଠିଛି। ରାଜ୍ୟରେ ଦିଆଯାଇଥିବା ଟ୍ରେନିଂରେ ଏହି ସନ୍ଧାନୀ କୁକୁର ଅନଫିଟ୍ ଥିବା ଚର୍ଚ୍ଚା ହେଉଛି। ବର୍ଷେ ହେବା ପରେ ନିଯୁକ୍ତି ହେବାର ନିୟମ ଥିବା ବେଳେ ଏହି ୯ କୁକୁରଙ୍କୁ ୩ବର୍ଷ ପୂରିବାକୁ ଯାଉଛି। ନିଯୁକ୍ତି କେବେ ହେବ, ତାକୁ ନେଇ ଉଠିଛି ପ୍ରଶ୍ନ। ମିଳିଥିବା ସୂଚନା ଅନୁସାରେ, ଏହି ୯ କୁକୁର ୨୦୧୮ ମସିହାରୁ ରାଜ୍ୟ ପୁଲିସ ମୁଖ୍ୟାଳୟର କେ-୯ ତାଲିମ ନେଉଛନ୍ତି। କିନ୍ତୁ ଏଯାଏ କେଉଁଠି ନିଯୁକ୍ତି ହୋଇପାରି ନାହାନ୍ତି। ଜାତୀୟ ସ୍ବାନ ତାଲିମ କେନ୍ଦ୍ର(ଏନଟିସିଡି)ରେ ମଧ୍ୟ ସୁଯୋଗ ମିଳି ପାରି ନ ଥିବା ଜଣାପଡ଼ିଛି। କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ପ୍ରାୟ ୧୫ ଦିନ ତଳେ ତାଲିମ ଶେଷ ହୋଇଛି। ଏବେ ଉନ୍ନତମାନର ତାଲିମ ଦିଆଯାଉଛି। ଖୁବଶୀଘ୍ର ସେହି ୯ ସନ୍ଧାନୀ କୁକୁର ନିଯୁକ୍ତ ହେବେ। ରାଜ୍ୟରେ ସନ୍ଧାନୀ ୫୪ ସନ୍ଧାନୀ କୁକୁର ପଦବୀ ରହିଥିବା ବେଳେ ୨୬ଟି ଅଛନ୍ତି। ୧୩ଟି ଜିଲ୍ଲାରେ ସନ୍ଧାନୀ କୁକୁର ନାହାନ୍ତି।

ସମ୍ବନ୍ଧିତ ଖବର