ବରିଷ୍ଠ ଓଏଏସ୍‌ ସ୍ତରରେ ଅଦଳ ବଦଳ

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ୯ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ମଧ୍ୟରେ ଅଦଳ ବଦଳ ହୋଇଛି। ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି।

ବିଜ୍ଞପ୍ତି ଅନୁଯାୟୀ ଖୋର୍ଧାର ପୂର୍ବତନ ଉପ ଜିଲ୍ଲାପାଳ ଲିପିକା ଦାସଙ୍କୁ କିଶୋର ନଗର ତହସିଲଦାର ଭାବେ ବଦଳି କରାଯାଇଥିଲା। ସେହି ବଦଳି ଆଦେଶକୁ ବାତିଲ କରି ତାଙ୍କୁ କଟକର ଅତିରିକ୍ତ ଉପ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ସୁନ୍ଦରଗଡ଼ ପୂର୍ବତନ ତହସିଲଦାର ଏ ପ୍ରଧାନଙ୍କୁ ପୂର୍ବରୁ ଲାଞ୍ଜିଗଡ଼ ତହସିଲଦାର ଭାବେ ବଦଳି କରାଯାଇଥିଲା। ସେହି ବଦଳି ଆଦେଶକୁ ବାତିଲ କରି ତାଙ୍କୁ ଭଟ୍‌ଲି ତହସିଲଦାର ଭାବେ ବଦଳି କରାଯାଇଛି। କଟକ ଆରଡିସିଙ୍କ ଅଧୀନରେ ଉପ ସଚିବ ଭାବେ କାର୍ଯ୍ୟ କରୁଥିବା ନିବେଦିତା ବିଶ୍ବାଳଙ୍କୁ ଭୁବନେଶ୍ବର ଅତିରିକ୍ତ ଉପ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ତାଙ୍କୁ ପୂର୍ବରୁ ମୟୂରଭଞ୍ଜର ମୋରଡ଼ାକୁ ବଦଳି କରାଯାଇଥିଲା। ସେହି ବଦଳି ଆଦେଶକୁ ବାତିଲ କରାଯାଇଛି।

କଟକର ପୂର୍ବତନ ତହସିଲଦାର ସଞ୍ଜୀବୀତା ରାୟଙ୍କୁ ପୁରୀ ତହସିଲଦାର ଭାବେ ବଦଳି କରାଯାଇଥିଲା। ସେହି ଆଦେଶକୁ ବାତିଲ କରି ତାଙ୍କୁ ଭୁବନେଶ୍ବର ଏଡିଏମ୍‌ କାର୍ଯ୍ୟାଳୟରେ ଏଲ୍‌ଆରଓ ଭାବେ ବଦଳି କରାଯାଇଛି। ଭୋଗରାଇର ପୂର୍ବତନ ତହସିଲଦାର ରାମଚନ୍ଦ୍ର କିସ୍କୁଙ୍କୁ ଲହୁଣୀପଡ଼ା ତହସିଲଦାର ଭାବେ ବଦଳି କରାଯାଇଥିଲା। ସେହି ଆଦେଶକୁ ବାତିଲ କରି ତାଙ୍କୁ କେନ୍ଦୁଝର ଉପ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ମହାକାଳପଡ଼ାର ତହସିଲଦାର ନୀଳମାଧମ ଭୋଇଙ୍କୁ କୋରାପୁଟ ଉପ ଜିଲ୍ଲାପାଳ ପଦବିକୁ ବଦଳି କରାଯାଇଥିଲା। ସେହି ବଦଳି ଆଦେଶକୁ ବାତିଲ କରି ତାଙ୍କୁ ଛତ୍ରପୁରର ତହସିଲଦାର ଭାବେ ବଦଳି କରାଯାଇଛି। କଟକରେ ଉପ ଜିଲ୍ଲାପାଳ ପଦବିରେ କାର୍ଯ୍ୟ କରୁଥିବା ଏଲୋରା ଭାରତୀ ଜେନାଙ୍କୁ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ପଦବିକୁ ବଦଳି କରାଯାଇଥିଲା। ସେହି ଆଦେଶକୁ ବାତିଲ କରାଯାଇଛି। ଏବେ ତାଙ୍କୁ କଟକ ଆରଡିସି କାର୍ଯ୍ୟାଳୟରେ ଉପ ସଚିବ ଭାବେ ବଦଳି କରାଯାଇଛି। ଟେକ୍ସଟାଇଲ୍ସ ନିର୍ଦେଶାଳୟରେ ସ୍ବତନ୍ତ୍ର ଅଧିକାରୀ ଭାବେ କାର୍ଯ୍ୟରତ ଆରତୀ ସାହୁଙ୍କୁ ଧାମନଗରର ତହସିଲଦାର ଭାବେ ବଦଳି କରାଯାଇଥିଲା। ସେହି ଆଦେଶକୁ ବାତିଲ କରି ତାଙ୍କୁ ନିଜ ପଦବିରେ ଅବସ୍ଥାପିତ କରାଯାଇଛି। ଓଡ଼ପଡ଼ା ତହସିଲଦାର ନିରଞ୍ଜନ ବେହେରାଙ୍କୁ ବ୍ୟାସନଗର ତହସିଲଦାର ଭାବେ ବଦଳି କରାଯାଇଛି। ତାଙ୍କୁ ଓଡ଼ଗାଁ ବିଡିଓ ଭାବେ ବଦଳି କରାଯାଇଥିଲେ ବି ତାକୁ ବାତିଲ କରାଯାଇଛି।

ସମ୍ବନ୍ଧିତ ଖବର