ଭୁବନେଶ୍ବର: ଅନୁସୂଚିତ ଜନଜାତି ବହୁଳ ଜିଲ୍ଲାରେ ଥିବା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ମୟୂରଭଞ୍ଜରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ଦେବାଶିଷ ମାର୍ଣ୍ଡି ଓ ଉପାଧ୍ୟକ୍ଷ ଭାବେ କମଳା ତିରିଆଙ୍କୁ ଦାୟିତ୍ବ ଦିଆଯାଇଛି। କେନ୍ଦୁଝରରେ ଲକ୍ଷ୍ମୀ ନାୟକ ଓ ନାରାୟଣ ପୂର୍ତ୍ତି, ମାଲକାନଗିରିରେ ଆମ୍ମା ରବା ଓ ରାଇଲା ନାୟକ, କୋରାପୁଟରେ ଚନ୍ଦ୍ରଶେଖର ମାଝୀ ଓ ଲକ୍ଷ୍ମୀ ହନ୍ତାଳ, ନବରଙ୍ଗପୁରରେ ଉପେନ୍ଦ୍ର ଗଣ୍ଡ ଓ ଭାନୁମତି ପୂଜାରୀ, ରାୟଗଡ଼ାରେ ଅନୁସୂୟା ମାଝୀ ଓ ବନମାଳୀ କାଡ୍ରକା, ଗଜପତିରେ ମାରିଆମ ରାଇତୋ ଓ ଧନେଶ୍ବର ଭୂୟାଁ, କନ୍ଧମାଳରେ ରୋଦନ ମଲ୍ଲିକ ଓ ନଳିନୀ କହଁରଙ୍କୁ ଯଥାକ୍ରମେ ଅଧ୍ୟକ୍ଷ ଓ ଉପାଧ୍ୟ ଭାବେ ନିଯୁକ୍ତି ମିଳିଛି। ସୁନ୍ଦରଗଡ଼ରେ ବର୍ତ୍ତମାନର ଅଧ୍ୟକ୍ଷ ବିନୟ କୁମାର ଟପୋ ତାଙ୍କ ପଦବିରେ କାର୍ଯ୍ୟ ଜାରି ରଖିବାକୁ କୁହାଯାଇଥିଲା ବେଳେ ସୁଶିଳା ଟପ୍ନୋଙ୍କୁ ଉପାଧ୍ୟକ୍ଷ କରାଯାଇଛି। ଦୁଇ ବର୍ଷ ପାଇଁ ସମସ୍ତେ ଏହି ପଦବିରେ କାର୍ଯ୍ୟ କରିବେ। ଆଜି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ଅନ୍ୟ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହୋଇଛି।
ସୂଚନାଯୋଗ୍ୟ ଯେ ୯ଟି ଅନୁସୂଚିତ ଜନଜାତି ବହୁଳ ଜିଲ୍ଲାରେ ଆଦିବାସୀ ପରିବାରର ଉନ୍ନତି ପାଇଁ ସରକାର ସ୍ବତନ୍ତ୍ର ବିକାଶ ପରିଷଦ ଗଠନ କରିଛନ୍ତି। ପ୍ରତି ଜିଲ୍ଲାରେ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ଦାୟିତ୍ବ ଦିଆଯାଏ। ପରିଷଦର ସମସ୍ତ କାର୍ଯ୍ୟର ତଦାରଖ ପାଇଁ ଜଣେ ଉପଦେଷ୍ଟାଙ୍କୁ ନିଯୁକ୍ତି ମିଳିଥାଏ। ପୂର୍ବରୁ ସୁଜିତ କୁମାର ପରିଷଦର ଉପଦେଷ୍ଟା ଥିଲେ। ତାଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟା ଦିଆଯାଇଥିଲା। ସେ ରାଜ୍ୟସଭାକୁ ମନୋନୀତ ହେଲା ପରେ ଉପଦେଷ୍ଟା ପଦବି ଖାଲି ପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/secretariat.jpg)