ବ୍ରହ୍ମପୁର ଖଲ୍ଲିକୋଟ ଜୁନିଅର କଲେଜ ଛାତ୍ରୀଙ୍କୁ ରାଗିଙ୍ଗ ଘଟଣା : ୯ ଜଣ ଛାତ୍ରଙ୍କୁ କଲେଜରୁ ନିଲମ୍ବିତ କଲେ କର୍ତ୍ତୃପକ୍ଷ

ବ୍ରହ୍ମପୁର: ବ୍ରହ୍ମପୁର ଖଲ୍ଲିକୋଟ ଜୁନିଅର କଲେଜ ଛାତ୍ରୀ ରାଗିଙ୍ଗ ଘଟଣାରେ ୯ ଜଣ ଛାତ୍ରଙ୍କୁ ଆଜି କଲେଜରୁ ନିଲମ୍ବିତ କରିଛନ୍ତି କଲେଜ କର୍ତ୍ତୃପକ୍ଷ | କର୍ତ୍ତୃପକ୍ଷ କହିଛନ୍ତି ଯେ ତଦନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ନିଲମ୍ବିତ କାଏମ ରହିବ | ୯ ଜଣ ଛାତ୍ରଙ୍କୁ କଲେଜରୁ ନିଲମ୍ବିତ କରିବା ନେଇ କଲେଜ କର୍ତ୍ତୃପକ୍ଷ ପୁଲିସକୁ ଅବଗତ କରାଇଛନ୍ତି | ମିଳିଥିବା ସୂଚନା ମୁତାବକ ଗତ ଶନିବାର ଦିନ ଖଲ୍ଲିକୋଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ରାଗିଂ ଘଟଣା ସାମ୍ନାକୁ ଆସିଥିଲା ।

ଉକ୍ତ ଶିକ୍ଷାନୁଷ୍ଠାନର ଜଣେ +୨ ପ୍ରଥମ ବର୍ଷ ଛାତ୍ରୀ ଶେଷବର୍ଷ ଛାତ୍ରଙ୍କ ବିରୋଧରେ ରାଗିଂ ଅଭିଯୋଗ ଆଣିଥିଲେ । ପୀଡ଼ିତା ଛାତ୍ରୀଙ୍କୁ ଶ୍ରେଣୀ ଗୃହକୁ ଯିବାକୁ ନଦେଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ଟଣାଟଣି କରିବା ନେଇ ସେ ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଏହାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଣ୍ଟିରାଗିଂ କମିଟିକୁ ଅଭିଯୋଗପତ୍ରଟି ହସ୍ତାନ୍ତର କରାଯାଇଥିଲା । ଆଉ ରିପୋର୍ଟ ମିଳିବା ପରେ କଲେଜ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି |

ସମ୍ବନ୍ଧିତ ଖବର