୯ ଟ୍ରେନ୍‌ ବାତିଲ, ୧୬ଟିର ଗତିପଥ ପରିବର୍ତ୍ତନ

ଯାଜପୁର/କୋରେଇ : କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ୍‌ ହେବା ଯୋଗୁଁ ଭଦ୍ରକ-ଭୁବନେଶ୍ବର ରୁଟ୍‌ରେ ଯାତାୟାତ କରୁଥିବା ୯ଟି ଟ୍ରେନ୍‌କୁ ରେଳବାଇ ପକ୍ଷରୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି। ୫ ‌ଟ୍ରେନ୍‌କୁ ଆଂଶିକ ବାତିଲ କରାଯାଇଥିବା ବେଳେ ୧୬ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି। ଟ୍ରେନ୍‌ ନମ୍ବର ୧୨୦୭୩ ହାୱଡ଼ା-ଭୁବନେଶ୍ବର ଜନଶତାବ୍ଦୀ ଏକ୍ସପ୍ରେସ୍‌, ୧୨୨୭୭ ହାୱଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ, ୧୨୮୨୧ ଶାଲିମାର-ପୁରୀ ଏକ୍ସପ୍ରେସ୍, ୧୨୮୨୨ ପୁରୀ-ଶାଲିମାର ଏକ୍ସ‌ପ୍ରେସ୍‌, ୧୮୦୪୫ ଶାଲିମାର-ହାଇଦ୍ରାବାଦ ଏକ୍ସପ୍ରେସ୍‌, ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ପାସେଞ୍ଜର ସ୍ପେଶାଲ, ୦୮୪୪୧/୦୮୪୪୨ ଭୁବନେଶ୍ବର-ବ୍ରହ୍ମପୁର-ଭୁବନେଶ୍ବର ପାସେଞ୍ଜର ସ୍ପେଶାଲ ଏବଂ ୦୮୪୧୨ ଭୁବନେଶ୍ବର-ବାଲେଶ୍ବର ପାସେଞ୍ଜର ସ୍ପେଶାଲ, ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ପାସେଞ୍ଜର ସ୍ପେଶାଲ ଟ୍ରେନ୍‌କୁ ବାତିଲ କରାଯାଇଛି।

ଟ୍ରେନ୍‌ ନମ୍ବର ୧୨୦୭୪ ଭୁବନେଶ୍ବର-ହାୱଡ଼ା ଜନଶତାବ୍ଦୀ ଏକ୍ସପ୍ରେସ ଯାଜପୁର-କେନ୍ଦୁଝରରୋଡ ଷ୍ଟେସନ ପର୍ଯ୍ୟନ୍ତ ଆସିଛି। ଯାଜପୁର କେନ୍ଦୁଝରରୋଡ ଏବଂ ହାୱଡା ଷ୍ଟେସନ ମଧ୍ୟରେ ଚଳାଚଳ ବାତିଲ ହୋଇଯାଇଛି। ୧୨୨୭୮ ପୁରୀ-ହାୱଡା ଶତାବ୍ଦୀ ଏକ୍ସପ୍ରେସ ଯାଜପୁର-କେନ୍ଦୁଝରରୋଡ ଷ୍ଟେସନ ପର୍ଯ୍ୟନ୍ତ ଆସିଛି। ଯାଜପୁର କେନ୍ଦୁଝରରୋଡ ଏବଂ ହାୱଡା ଷ୍ଟେସନ ମଧ୍ୟରେ ଚଳାଚଳ ବାତିଲ ହୋଇଯାଇଛି। ୦୮୪୧୧ ବାଲେଶ୍ବର-ଭୁବନେଶ୍ବର ପାସେଞ୍ଜର ସ୍ପେଶାଲ ‌ଟ୍ରେନ୍‌ କେନ୍ଦୁଆପଦା ଷ୍ଟେସନ ପର୍ଯ୍ୟନ୍ତ ଆସିଛି। କେନ୍ଦୁଆପଦା-ଭୁବନେଶ୍ବର ମଧ୍ୟରେ ଚଳାଚଳ ବାତିଲ ହୋଇଯାଇଛି। ୧୨୮୯୧ ବାଙ୍ଗିରିପୋଷି-ଭୁବନେଶ୍ବର ଏକ୍ସପ୍ରେସ୍‌ ଭଦ୍ରକ ଷ୍ଟେସନ ପର୍ଯ୍ୟନ୍ତ ଆସିଛି। ଭଦ୍ରକ-ଭୁବନେଶ୍ବର ମଧ୍ୟରେ ଚଳାଚଳ ବାତିଲ ହୋଇଯାଇଛି। ସେହିପରି ଖଡ଼ଗପୁର-ଖୋର୍ଦ୍ଧାରୋଡ ଏକ୍ସପ୍ରେସ ଭଦ୍ରକ ଷ୍ଟେସନ ପର୍ଯ୍ୟନ୍ତ ଆସିଛି। ଭଦ୍ରକ-ଖୋର୍ଦ୍ଧାରୋଡ ମଧ୍ୟରେ ଚଳାଚଳ ବାତିଲ୍‌ ହୋଇଯାଇଛି।

ଟ୍ରେନ୍‌ ନମ୍ବର ୧୮୦୪୬ ହାଇଦ୍ରାବାଦ-ଶାଲିମାର ଇଷ୍ଟକୋଷ୍ଟ ଏକ୍ସପ୍ରେସ, ୨୨୮୫୨ ବେଙ୍ଗାଲୁରୁ-ସନ୍ତରାଗାଚ୍ଛି ଏକ୍ସପ୍ରେସ, ୨୨୬୪୧ ତ୍ରିଭେନ୍ଦ୍ରମ-ଶାଲିମାର ଏକ୍ସପ୍ରେସ, ୧୨୮୬୪ ବେଙ୍ଗାଲୁରୁ-ହାୱଡ଼‌ା ଏକ୍ସପ୍ରେସ, ୨୨୩୦୫ ବେଙ୍ଗାଲୁରୁ-ଯଶିଡିହ ଏକ୍ସପ୍ରେସ୍‌, ୨୨୮୦୮ ଚେନ୍ନାଇ-ସନ୍ତରାଗାଚ୍ଛି ଏକ୍ସପ୍ରେସ୍‌, ୨୨୮୨୩ ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଏବଂ ୧୨୮୧୫ ପୁରୀ-ଆନନ୍ଦବିହାର ନନ୍ଦନକାନନ ଏକ୍ସପ୍ରେସ ଯଖପୁରା-ଜରୋଲି-ଟାଟା ହୋଇ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଛନ୍ତି। ସେହିପରି ଟ୍ରେନ୍‌ ନମ୍ବର ୧୮୪୭୭ ପୁରୀ-ଋଷିକେଶ ଉତ୍କଳ ଏକ୍ସପ୍ରେସ, ୧୨୭୦୪ ସିକନ୍ଦରାବାଦ-ହାୱଡା ଫଲକନାମା ଏକ୍ସପ୍ରେସ, ୨୦୮୯୦ ତିରୁପତି-ହାୱଡା ଏକ୍ସପ୍ରେସ, ୧୨୨୪୬ ବେଙ୍ଗାଲୁରୁ-ହାୱଡା ଦୂରୋନ୍ତ ଏକ୍ସପ୍ରେସ ଅନୁଗୁଳ-ସମ୍ବଲପୁର ସିଟି-ଝାରସୁଗୁଡ଼ା ଦେଇ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଛନ୍ତି। ଟ୍ରେନ୍‌ ନମ୍ବର ୧୫୯୦୬ ଦିବ୍ରୁଗଡ଼-କନ୍ୟାକୁମାରୀ ଏକ୍ସପ୍ରେଦସ ହିଜଲି-ଟାଟା-ନୟାଗଡ଼-ଯଖପୁରା, ୧୨୭୦୩ ହାୱଡା-ସିକନ୍ଦରାବାଦ ଫଲକନାମା ଏକ୍ସପ୍ରେସ ଖଡ଼ଗପୁର-ଟାଟା-ନୟାଗଡ଼-ଯଖପୁରା, ୧୨୮୭୬ ଆନନ୍ଦବିହାର-ପୁରୀ ନୀଳାଚଳ ଏକ୍ସପ୍ରେସ ଟାଟା-ନୟାଗଡ଼-ଯଖପୁରା ଏବଂ ୨୨୬୦୫ ପୁରୁଲିଆ-ଭିଲୁପୁରମ ଏକ୍ସ‌ପ୍ରେସ ଖଡ଼ଗପୁର-ଟାଟା-ନୟାଗଡ଼-ଯଖପୁରା ଦେଇ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଛନ୍ତି।

ସମ୍ବନ୍ଧିତ ଖବର