ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପାଇଁ ୯୦ ଜଣ ଏଏସଓ ନିୟୋଜିତ

ଭୁବନେଶ୍ବର : ତାଲାବନ୍ଦ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ବିଭିନ୍ନ ପ୍ରକାର ଅଭିଯୋଗଗୁଡ଼ିକର ମନିଟରିଂ ପାଇଁ ଓଡ଼ିଶା ସଚିବାଳୟ ସେବା କ୍ୟାଡରର ୯୦ ଜଣ ଏଏସଓଙ୍କୁ ନିୟୋଜିତ କରାଯାଇଛି। ଏସବୁ କର୍ମଚାରୀମାନେ ଅସ୍ଥାୟୀ ଭାବେ ଅଭିଯୋଗ ପ୍ରକୋଷ୍ଠରେ କାମ କରିବେ। ଏ ନେଇ ଆଜି ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ବିଭିନ୍ନ ବିଭାଗରୁ ନିୟୋଜିତ ହୋଇଥିବା ଏଏସଓମାନେ ସେମାନଙ୍କ ମୂଳ ବିଭାଗରୁ ଦରମା ନେବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର