ଭୁବନେଶ୍ବର: ରାଜ୍ୟର କରୋନା ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ ସ୍ପଷ୍ଟ ହେବା ପରେ ଏବେ ପ୍ରଶ୍ନ ଉଠିଛି, ପଶ୍ଚିମବଙ୍ଗରୁ ଓଡିଶାକୁ ଯେଉଁ ରାସ୍ତା ରହିଛି, ସେହି ରାସ୍ତା ଦେଇ ଓଡିଶାକୁ କରୋନା ସଂକ୍ରମିତ ଆସିବେ ନାହିଁ ତ । କାରଣ ଗୋଟିଏ ଦୁଇଟି ନୁହେଁ ରହିଛି ୯୦ଟି ରାସ୍ତା ରହିଛି । ଯେଉଁ ରାସ୍ତା ଦେଇ ଓଡ଼ିଶା ଆସିବା ବେଶ ସହଜ । ପଶ୍ଚିମବଙ୍ଗ ସହ ଲାଗିରହିଛି ଓଡିଶାର ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା । ପାଖାପାଖି ୨୦୨ କିଲୋମିଟରର ସୀମା । ସ୍ଥଳଭାଗର ଏହି ସୀମାର ଅଧିକାଂଶ ଅଂଚଳକୁ ଜଙ୍ଗଲ ଘେରି ରଖିଥିବାରୁ ଏହାକୁ ପୋଲିସ ବନ୍ଦ କରିପାରିବ ନାହିଁ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗଚୀ । ତେଣୁ ଏବେ ଏହି ବାଟ ଦେଇ କରୋନା ଭୂତାଣୁ ଓଡିଶା ଆସିବାର ଆଶଙ୍କା ସୃଷ୍ଟି ହୋଇଛି ।

Advertisment

ପଶ୍ଚିମବଙ୍ଗରୁ ଓଡି଼ଶା ୯୦ଟି ବାଟ ଦେଇ ଆସିହେବ । ଓଡିଶାର ୨୪ ଜଣ କରୋନା ଆକ୍ରାନ୍ତଙ୍କ ଲିଙ୍କ ପଡୋଶୀ ପଶ୍ଚିମବଙ୍ଗ ସହ ରହିଥିବା ସ୍ପଷ୍ଟ ହେବା ପରେ ଚିନ୍ତା ବଢିଯାଇଛି । ଆଉ ଏହି ଚିନ୍ତାକୁ ଆହୁରି ବଢାଇଦେଇଛି ପଶ୍ଚିମବଙ୍ଗରୁ ଓଡିଶାକୁ ରହିଥିବା ମାଳ ମାଳ ରାସ୍ତା । ଏଭଳି ୯୦ଟି ବାଟ ରହିଛି, ଯେଉଁ ରାସ୍ତା ଦେଇ ଓଡିଶାକୁ ବେଶ୍ ଆରାମରେ ପଶିହେବ ।
– ଜଳେଶ୍ୱର, ସୁନାକଣିଆ, ଆମ୍ବିଳିଅଠା, ଲଷ୍ମଣନାଥ, ରାଜଘାଟ, ଉଦୟପୁର, ଚନ୍ଦନେଶ୍ୱର, ରାଇବଣିଆ ଭଳି ମୁଖ୍ୟ ରାସ୍ତା ଦେଇ ପଶ୍ଚିମବଙ୍ଗରୁ  ଆସିହେବ।

- ଓଡ଼ିଶାର ତାଳସାରୀ ବେଳାଭୂମି ଖୁବ୍ ନିକଟରେ ରହିଛି ପଶ୍ଚିମବଙ୍ଗର ବେଳାଭୂମି ଦୀଘା। ପଶ୍ଚିମବଙ୍ଗରୁ ବହୁ ପର୍ଯ୍ୟଟକ ତାଳସାରୀ ଆସିଥାଆନ୍ତି।

– ସୁବର୍ଣ୍ଣରେଖା ନଦୀର ଗୁରୁଦାସପୁର ଘାଟ ଦେଇ ମଧ୍ୟ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ପ୍ରବେଶ କରିହେବ।
– ସୀମାବର୍ତ୍ତୀ ଗ୍ରାମ ଶଙ୍ଖାମେଦୀ ଦେଇ ପଶ୍ଚିମବଙ୍ଗରୁ ଆସିହେବ।

ଏହାକୁ ବାଦ୍ ଦେଲେ ଅନେକ ଗଳାବାଟ ବି ରହିଛି । ଯେଉଁ ବାଟ ଦେଇ ବାଲି ଚୋରାଚାଲାଣ ହେଉଥିବା ବାରମ୍ବାର ଅଭିଯୋଗ ହେଉଛି ।