କରୋନାକୁ ପରାସ୍ତ କଲେ ୯୦ ବର୍ଷୀୟା ବୃଦ୍ଧା

ଭୁବନେଶ୍ବର : କରୋନାର ଦ୍ବିତୀୟ ଲହରର ଆତଙ୍କ ଭିତରେ କିଛିଟା ଆଶ୍ବସ୍ତିକର ଖବର ଆସୁଛି। ଭୁବନେଶ୍ବରର ୟୁନିଟ୍‌-୨ ଅଞ୍ଚଳର ୯୦ ବର୍ଷୀୟା ବୃଦ୍ଧା ବାଉରୀ ସାହୁ କରୋନାକୁ ପରାସ୍ତ କରିଛନ୍ତି। ସେ ଗତ ୩ ତାରିଖରେ କୋଭିଡ୍‌ ଆକ୍ରାନ୍ତ ହେବା ପରେ ସମ୍‌ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲ୍‌ର ଡାକ୍ତର, ନର୍ସ ଓ ଅନ୍ୟ ସ୍ବାସ୍ଥ୍ୟ କର୍ମୀଙ୍କ ପ୍ରଚେଷ୍ଟା ଫଳରେ ସେ ଆଜି ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଗତ ୧୩ ତାରିଖରେ ଜଣେ ୯୮ ବର୍ଷୀୟା ବୃଦ୍ଧା ଅନ୍ନପୂର୍ଣ୍ଣା ବିଶ୍ବାଳ ମଧ୍ୟ କ‌ରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ।

ସମ୍ବନ୍ଧିତ ଖବର