୨ ବର୍ଷରେ ବେପରୁଆ ଗାଡ଼ି ଚାଳନା ଲାଗି ବାତିଲ ହୋଇଛି ୯୦୧୦ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ବର: କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତି ନାହାନ୍ତି ବେପରୁଆ ଗାଡ଼ି ଚାଳକ । ଗତ ଦୁଇ ବର୍ଷରେ ବେପରୁଆ ଭାବେ ଗାଡ଼ି ଚଳାଇ ଦୁର୍ଘଟଣା ଘଟାଇଥିବା ୯୦୧୦ ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ବାତିଲ କରାଯାଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଧର୍ମଗଡ଼ ବିଧାୟକ ମୌଷଧୀ ବାଗ୍ ବିଭାଗୀୟ ମନ୍ତ୍ରୀଙ୍କୁ ବେପରୁଆ ଗାଡ଼ି ଚାଳନା କରି ଦୁର୍ଘଟଣା ଘଟାଇଥିବା କେତେ ଜଣ ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ । ଏହି ଲିଖିତ ପ୍ରଶ୍ନର  ଉତ୍ତରରେ ଉପରେକ୍ତ ତଥ୍ୟ ରଖିଛନ୍ତି ମନ୍ତ୍ରୀ ।

ମନ୍ତ୍ରୀଙ୍କ କହିବା ମୁତାବକ, ୨୦୧୮ରେ ବେପରୁଆ ଗାଡ଼ି ଚାଳନା କରି ଦୁର୍ଘଟଣା ଘଟାଇ ଥିବା ୫ ହଜାର ୧୨୧ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଥିବା ବେଳେ ୨୦୧୯ ଅକ୍ଟୋବର ମାସ ଶେଷ ସୁଦ୍ଧା ୩ ହଜାର ୮୮୯ ଜଣ ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ କରିବା ପାଇଁ ପଦକ୍ଷେପ  ନିଆଯାଇଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା।

ସମ୍ବନ୍ଧିତ ଖବର