ରାଜ୍ୟରେ ଆଉ ୯୦୮ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ବର : ଆଜି ରାଜ୍ୟରେ ଆଉ ୯୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩୦୯୭୪୭ରେ ପହଞ୍ଚିଛି ।

ଖୋର୍ଦ୍ଧାରୁ ୮୩ ଜଣ ସୁସ୍ଥ ହୋଇଥିବାବେଳେ ଅନୁଗୁଳରୁ ୬୫, କଟକରୁ ୬୩, ମୟୁରଭଞ୍ଜରୁ ୫୬,ସୁନ୍ଦରଗଡ଼ରୁ ୫୪, ଝାରସୁଗୁଡ଼ା ଓ କେନ୍ଦୁଝରରୁ ୫୧ ଲେଖାଏଁ, ବାଲେଶ୍ବରରୁ ୪୯ ଓ ଯାଜପୁରରୁ ୪୨,ବଲାଙ୍ଗୀରରୁ ୪୦, କେନ୍ଦ୍ରପଡ଼ାରୁ ୩୯ ଜଣ ସୁସ୍ଥ ହୋଇଛନ୍ତି । ଜଗତସିଂହପୁର ଓ କଳାହାଣ୍ଡିରୁ ୩୬ ଲେଖାଏଁ, ନୂଆପଡ଼ାରୁ ୩୨, ପୁରୀରୁ ୩୧ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବରଗଡ଼ରୁ ୨୬ ଓ ସମ୍ବଲପୁରରୁ ୨୪, ଭଦ୍ରକରୁ ୧୭,କନ୍ଧମାଳ,କୋରାପୁଟ ଓ ନବରଙ୍ଗପୁରରୁ ୧୨ ଲେଖାଏଁ, ଢେଙ୍କାନାଳ, ଗଞ୍ଜାମ ଓ ମାଲକାନଗିରିରୁ ୧୦ ଲେଖାଏଁ,ସୋନପୁରରୁ ୭, ବୌଦ୍ଧରୁ ୬, ଗଜପତିରୁ ୪, ନୟାଗଡ଼ରୁ ୩, ଦେବଗଡ଼ ଓ ରାୟଗଡ଼ାରୁ ୨ ଲେଖାଏଁ ଓ ରାଜ୍ୟପୁଲରୁ ୨୩ ଜଣ ସୁସ୍ଥ ହୋଇଛନ୍ତି ।

 

ସମ୍ବନ୍ଧିତ ଖବର