ଝାରସୁଗୁଡ଼ା: ଗଞ୍ଜେଇ ଚୋରା ଚାଲାଣ ବେଳେ ଝାରସୁଗୁଡ଼ା ପୁଲିସ ଦ୍ୱାରା ୯୨ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଏଥିରେ ସଂପୃକ୍ତ ୭ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଆଇଆଇସି କ୍ଷୀରସାଗର ନାୟକଙ୍କ ଠାରୁ ପ୍ରକାଶ ଯେ ମଂଗଳବାର କନ୍ଧମାଳ ଅଞ୍ଚଳରୁ ଏହି ଗଞ୍ଜେଇ ଝାରସୁଗୁଡ଼ା, ରାଉରକେଲା ଅଞ୍ଚଳକୁ ଚାଲାଣ ହେଉଥିଲା। ପୁଲିସ ତାଳପଟିଆ ଫାଣ୍ଡି ଦୁର୍ଲଗା ଠାରେ ଗାଡ଼ି ଯାଞ୍ଚ କରୁଥିବା ବେଳେ ଗୋଟିଏ ଟାଟା ମେଜିକ (ଓଡି ୩୧ ୮୩୮୪)ରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଗାଡ଼ିକୁ ଅନୁଧାବନ କରୁଥିବା ଏକ ଟାଟା ଇଣ୍ଡିଗୋ (ଓଡି ୧୫ଏ ୧୪୧୧)କୁ ମଧ୍ୟ ପୁଲିସ ଜବତ କରିଛି। ଉଭୟ ଗାଡ଼ିରେ ଥିବା ୬ ଜଣଙ୍କୁ ଗିରଫ କରାଯାଇଛି। ଏମାନେ ସମସ୍ତେ ହେଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଗ୍ରାମର ସୁରେଶ ଭୋଇ, ଘୁଚାଙ୍ଗିର ଚୈତନ୍ୟ ଭୋଇ, ବନ୍ଧପାଲିର ନାରାୟଣ ପୁଟେଲ, ତମ୍ବାସିନାର ତରଣୀ ବିଭାର, କଲରାକଟାର ଦୁର୍ଲଭ ସାହୁ ଓ ଘୁଚାଙ୍ଗିର ହେମନ୍ତ ରଣା । ଅନ୍ୟ ଏକ ଘଟଣାରେ ଝାରସୁଗୁଡ଼ା ବିଟିଏମ୍ ଛକ ଠାରେ କୁମୁଡ଼ାପାଲି ଗ୍ରାମର ନିମାଇ ଚରଣ ବାଘ ୨ କେଜି ୫୦୦ ଗ୍ରାମ ଗଞ୍ଜେଇ ନେଇ ଚାଲି ଚାଲି ଯାଉଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ି ଗିରଫ ହୋଇଛି।
୯୦ କେଜିରୁ ଅଧିକ ଗଂଜେଇ ଜବତ:୨ ଗାଡ଼ି ଜବତ, ପୃଥକ ଘଟଣାରେ ୭ ଗିରଫ
ଗଞ୍ଜେଇ ଚୋରା କାରବାର, କନ୍ଧମାଳରୁ ଲମ୍ବିଛି ଚେର
/sambad/media/post_attachments/wp-content/uploads/2017/11/jhar2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)