ରାଜ୍ୟର ୨୦ ଜିଲ୍ଲାରେ ୯୧% କରୋନା ରୋଗୀ

ଆଉ ୧୦ ମୃତ, ୨୫୮୯ ଚିହ୍ନଟ, ସୁସ୍ଥ ହେଲେ ୧୬୨୧ ରୋଗୀ

ଭୁବନେଶ୍ୱର : ରାଜ୍ୟରେ ୨୦ଟି ଜିଲ୍ଲାରେ ରହିଛନ୍ତି ହଜାରେରୁ ଅଧିକ କରୋନା ରୋଗୀ। ଏହି ଜିଲ୍ଲା ଗୁଡ଼ିକରୁ ୬୧୩୪୧ ଆକ୍ରାନ୍ତ ରହିଛନ୍ତି। ଯାହାକି ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟାର ୯୧ ପ୍ରତିଶତ। ‌ଅବଶିଷ୍ଟ ୧୦ ଜିଲ୍ଲାରେ ୫୭୮୧ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏହା ରାଜ୍ୟର ମୋଟ ଆକ୍ରାନ୍ତଙ୍କ ମାତ୍ର ୮ ପ୍ରତିଶତ। ତେବେ ଏହି ୧୦ଟି ଜିଲ୍ଲାରୁ ବୌଦ୍ଧ, ସୋନପୁର, ନୂଆପଡ଼ା ଓ ଦେବଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୫ଶହ ଟପିନାହିଁ। ମାର୍ଚ ମାସରୁ ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଦେବଗଡ଼ରେ ଏ ପର୍ଯ୍ୟନ୍ତ ମାତ୍ର ୧୩୭ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି।

ଅପରପକ୍ଷରେ ରାଜ୍ୟରେ ୨ହଜାରରୁ ଅଧିକ କରୋନା ରୋଗୀ କ୍ଲବ୍‌ରେ ୧୦ଟି ଜିଲ୍ଲା ରହିଛନ୍ତି। ଏଥିରେ ଆଗରେ ରହିଛି ଗଞ୍ଜାମ। ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧୫୪୯୮ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଖୋର୍ଧା ୧୦ହଜାର ସଂଖ୍ୟା ନିକଟତର ହୋଇଛି। ଏଠାରେ ୯୮୪୬ରୋଗୀ ଚିହ୍ନଟ ହୋଇଛନ୍ତି। କଟକ ୪୪୬୯, ସୁନ୍ଦରଗଡ଼ ୩୪୭୭, ରାୟଗଡ଼ା ୨୫୫୭, ଗଜପତି ୨୪୩୫, ବାଲେଶ୍ବର ୨୩୯୮, ଯାଜପୁର ୨୩୧୦, ପୁରୀ ୨୧୩୫, କୋରାପୁଟ ୨୦୮୫ ଆକ୍ରାନ୍ତ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇ ସାରିଲେଣି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୨୫୮୯ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ୧୫୭୪ ସଙ୍ଗରୋଧରୁ ଓ ୧୦୧୫ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ଖୋର୍ଧାରେ ସର୍ବାଧିକ ୪୬୬, ଗଞ୍ଜାମ ୨୪୨, ପୁରୀ ୨୩୫, କଟକ ୨୨୨, ସୁନ୍ଦରଗଡ଼ ୧୫୫, ବାଲେଶ୍ବର ୧୫୦, ମୟୂରଭଞ୍ଜ ୧୧୭, ଯାଜପୁର ୯୫, କୋରାପୁଟ ୯୨, ମାଲକାନଗିରି ୭୩, ବରଗଡ଼ ୬୭, ସମ୍ବଲପୁର ୬୬, କେନ୍ଦୁଝର ୫୩, ଭଦ୍ରକ ୪୭, କଳାହାଣ୍ଡି ୪୨, ଗଜପତି ଓ ନବରଙ୍ଗପୁର ୩୬ ଲେଖାଏଁ, ସୋନପୁର ୨୬, ଢେଙ୍କାନାଳ ୨୫, ଜଗତସିଂହପୁର ୨୧, ଝାରସୁଗୁଡ଼ା ୧୮, ବୌଦ୍ଧ ୧୬, ନୟାଗଡ଼ ୧୧, ନୂଆପଡ଼ା ୬ ଓ ବଲାଙ୍ଗୀର ଜଣେ ରୋଗୀ ରହିଛନ୍ତି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୧୨୨ରେ ପହଞ୍ଚିଛି।
ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୦ କରୋନା ମୃତ୍ୟୁ ସଂପର୍କରେ ଘୋଷଣା ହୋଇଛି। ଗଞ୍ଜାମରେ ୪ ଜଣଙ୍କର ମୃତ୍ୟୁ ଘଟିଥିବ‌ା ବେଳେ ସୁନ୍ଦରଗରେ ୨, ଭୁବନେଶ୍ବ‌ରରେ ୨, ବରଗଡ଼ ଓ ଭଦ୍ରକରେ ଜଣେ ଲେଖାଏଁ ‌ରୋଗୀ ପ୍ରାଣ ହରାଇଛନ୍ତି। ଏହାସହିତ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୭୨ରେ ପହଞ୍ଚିଛି। ଗଞ୍ଜାମରେ ସର୍ବାଧିକ ୧୬୨ଜଣ ପ୍ରାଣ ହରାଇଛନ୍ତି। ଖୋର୍ଧାରେ ୫୧, ସୁନ୍ଦରଗଡ଼ ୨୪,

କଟକ ୧୮, ରାୟଗଡ଼ା ୧୭ ଓ ଗଜପତିରେ ୧୬ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ଦୁଇ ଅଙ୍କ ଛୁଇଁନାହିଁ। ରାଜ୍ୟରେ ଆଜି ଆଉ ୧୬୨୧ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୩୨୪ ଜଣ ରହିଛନ୍ତି। ଖୋର୍ଧା ୨୬୫, ଗଜପତି ୧୨୭, କଟକ ୧୧୦, ପୁରୀ ୮୫, କୋରାପୁଟ ୬୯, ନୂଆପଡ଼ା ୬୮, ବାଲେଶ୍ବର ୬୬, ନୟାଗଡ଼ ୬୨, ବରଗଡ଼ ୫୪, କଳାହାଣ୍ଡି ୪୩, ସୁନ୍ଦରଗଡ଼ ୪୧, କନ୍ଧମାଳ ୩୫, ମାଲକାନଗିରି ୩୩, ଯାଜପୁର ୩୨, ଢେଙ୍କାନାଳ ୨୫, କେନ୍ଦ୍ରାପଡ଼ା ୨୩, ଭଦ୍ରକ ଓ ବଲାଙ୍ଗୀର ୨୨ ଲେଖାଏଁ, ମୟୂରଭଞ୍ଜ ୨୧, ଝାରସୁଗୁଡ଼ା ୨୦, ରାୟଗଡ଼ା ୧୮, କେନ୍ଦୁଝର ୧୭, ସମ୍ବଲପୁର ୧୪, ବୌଦ୍ଧ ୧୧, ନବରଙ୍ଗପୁର ୮, ଜଗତସିଂହପୁର ୩, ସୋନପୁର ୨ ଓ ଅନୁଗୁଳରୁ ଜଣେ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ୪୬୯୩୬ କରୋନା ରୋଗୀ ସୁସ୍ଥ ହୋଇ ସାରିଲେଣି।

ସମ୍ବନ୍ଧିତ ଖବର