ନୀଳଗିରିରେ ୯୨ରୁ ଊର୍ଦ୍ଧ୍ୱ ଝାଡ଼ଖଣ୍ଡ ହାତୀ

ନୀଳଗିରି: ଝାଡ଼ଖଣ୍ଡୀ ହାତୀପଲ ଗତକାଲି ବିଳମ୍ବିତ ରାତିରେ ନୀଳଗିରି ରେଂଜରେ ପଶିଛନ୍ତି। ଏହି ଦଳରେ ୯୨ରୁ ଊର୍ଦ୍ଧ୍ୱ ହାତୀ ଅଛନ୍ତି। ହାତୀପଲ ବେତନଟୀ ରେଞ୍ଜର ଅସନବଣି ଜଙ୍ଗଲରୁ ଗତକାଲି ରାତିରେ ବାହାରି ଆଜି ସକାଳେ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପଶିିଛନ୍ତି। ହାତୀପଲ ଆସିବା ରାସ୍ତାରେ ବହୁ ଧାନ କ୍ଷେତରେ ପଶି ଖାଇବା ସହ ଦଳି ଚକଟି ନଷ୍ଟ କରିଛନ୍ତି। ହାତୀପଲକୁ ନେଇ ଏବେ ନୀଳଗିରିର ୧୨ଟି ପଞ୍ଚାୟତର ବନାଞ୍ଚଳବାସୀ ଆତଙ୍କିତ ହୋଇିଛନ୍ତି। ବିଭିନ୍ନ ସ୍ଥାନରେ ବନାଞ୍ଚଳବାସୀ ଗଛ ଉପରେ ମଞ୍ଚା ବାନ୍ଧିଥିବା ବେଳେ, ନିଛାଟିଆ ଜଙ୍ଗଲ ଭିତରେ ଥିବା ବନାଞ୍ଚଳବାସୀ ଜୀବନକୁ ବଞ୍ଚାଇବା ପାଇଁ ସହରାଭିମୁଖୀ ହୋଇଥିବା ସୂଚନା ମିଳିଛି। ଉକ୍ତ ହାତୀପଲକୁ ଛାଡ଼ିଦେଲେ ମୟୂରଭଞ୍ଜ ସୀମା ଅତିକ୍ରମ କରି ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ହାତୀ ପୁଣି ନୀଳଗିରି ମୁହାଁ ହେବା ବନାଞ୍ଚଳବାସୀ ଭୟ ଆଶଙ୍କା ମଧ୍ୟରେ ରହିଛନ୍ତି। ହାତୀପଲର ଗତିବିଧି ଉପରେ ବନ କର୍ମଚାରୀମାନେ ତୀକ୍ଷ୍‌ଣ ଦୃଷ୍ଟି ରଖିଛନ୍ତି। ଖବର ଲେଖାହେବା ବେଳକୁ ହାତୀଗୁଡ଼ିକ ଗୋପାଳପୁର ଓ ଜଡ଼ିବାଲି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର