ବ୍ଲାକ୍‌ ଫଙ୍ଗସ୍‌ର ୯୩ ମାମଲା, ୧୪ ମୃତ୍ୟୁ

ଭୁବନେଶ୍ବର : ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟରେ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୯୩ରେ ପହଞ୍ଚି ଗଲାଣି। ହେଲେ ଏଥିରେ ୧୪ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଖୋର୍ଧା ଜିଲ୍ଲାରୁ ଏଥିରେ ସର୍ବାଧିକ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତ ମାସରେ ରାଜ୍ୟରେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ଘଟଣା ସାମ୍ନାକୁ ଆସିଥିଲା। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଆକ୍ରାନ୍ତ ଜଣକଙ୍କୁ ଚିହ୍ନଟ କରାଯାଇଥିଲା। ମାତ୍ର ରାଜ୍ୟ ସରକାର ବ୍ଲାକ୍ ଫଙ୍ଗସ୍‌କୁ ଏକ ନୋଟିଫାଏ ରୋଗ ଭାବେ ଘୋଷଣା କରିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ରୋଗୀଙ୍କ ସଂଖ୍ୟା ବଢ଼ିଥିଲା। ଏବେ ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଆଡ଼କୁ ମୁହାଁଇଛି। ତହିଁରୁ ୯ଜଣ ସୁସ୍ଥ ହୋଇସାରିଲେଣି। କିଛି ଲୋକଙ୍କୁ ମଧ୍ୟ ନିଜର ଚକ୍ଷୁ ହରାଇବାକୁ ପଡ଼ିଛି। ବ୍ଲାକ୍ ଫଙ୍ଗସ୍‌ ରୋଗୀଙ୍କ ଚିକିତ୍ସା ଦିଗରେ ମୁଖ୍ୟ ସମସ୍ୟା ହେଉଛି ଏହାର ଔଷଧ। ରୋଗୀଙ୍କ ପାଇଁ ଆମ୍ପୋଟେରିସିନ୍-ବି ବେଶ୍ ଫଳପ୍ରଦ ହେଉଥିବା ବେଳେ ଏହାର ସଂଖ୍ୟା ଯଥେଷ୍ଟ କମ୍ ରହିଛି। ରାଜ୍ୟକୁ କେନ୍ଦ୍ରକୁ ଏ ପର୍ଯ୍ୟନ୍ତ ୪ଶହ ଭାଏଲର ଆମ୍ପେଟେରିସିନ୍-ବି ଆସିଥିବା ସୂଚନା ମିଳିଛି। ଜଣେ ରୋଗୀଙ୍କ ପାଇଁ ଅତିକମ୍‌ରେ ୧୪ ଭାଏଲର ଆବଶ୍ୟକତା ପଡ଼ୁଥିବା ବେଳେ ଏତେ କମ୍ ସଂଖ୍ୟାରେ ଇଞ୍ଜେକସନ୍ ପାଇଁ ରୋଗୀଙ୍କ ଚିକିତ୍ସାରେ ସମସ୍ୟା ଉପୁଜୁଛି। ଯଦି ଏହିଭଳି ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲେ, ତାହ‌ାଲେ ସେମାନଙ୍କ ଚିକିତ୍ସା କରିବାରେ ସମସ୍ୟା ସୃଷ୍ଟି କରିବା ନେଇ ଆଶଙ୍କା ସୃଷ୍ଟି ହେଲାଣି।

ସମ୍ବନ୍ଧିତ ଖବର