୧୫ରୁ ୧୮ ବର୍ଷ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ୯୩୯ଟି ଟିକାକରଣ କେନ୍ଦ୍ର ପ୍ରସ୍ତୁତ: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର: ଜାନୁଆରି ୩ ତାରିଖ ଠାରୁ ରାଜ୍ୟରେ ୧୫ ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପର୍ଯ୍ୟାପ୍ତ ପରିମାଣର ଭ୍ୟାକ୍ସିନ ସବୁ ଜିଲ୍ଲାରେ ପହଞ୍ଚି ସାରିଛି । ସବୁ ଜିଲ୍ଲାରେ ମଧ୍ୟ ନିର୍ଦ୍ଦିଷ୍ଟ ଟିକାକରଣ କେନ୍ଦ୍ର ଖୋଲାଯାଇଛି । କେବଳ ୧୫ ରୁ ୧୮ ବର୍ଷ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ୯୩୯ଟି ଟିକାକରଣ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଏହା ବାଦ ଅନ୍ୟ ଯେଉଁଠି ଟିକାକରଣ ଚାଲିଛି ସେଠି ମଧ୍ୟ ଏହି ବର୍ଗର ପିଲାଙ୍କୁ ଟିକା ଦିଆଯିବ।

ସ୍ୱତନ୍ତ୍ର ଭାବେ ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଟିକାକରଣ କେନ୍ଦ୍ରରେ ଦିନ ସାରା ଟିକା ଦିଆଯିବ । ଆମ ପାଖରେ ବର୍ତ୍ତମାନ ୧୫ ଲକ୍ଷ କୋଭାସ୍କିନ ଟିକା ମହଜୁଦ ରହିଛି । ମାସେ ମଧ୍ୟରେ ଆମେ ପିଲାଙ୍କ ପ୍ରଥମ ଡୋଜ ଟିକାକରଣ ଶେଷ କରିବା ପାଇଁ ପାଇଁ ଲକ୍ଷ୍ୟ ରଖିଛୁ । ୧ ତାରିଖରୁ ଯେଉଁ ମାନେ ଅନ୍‌ଲାଇନ୍‌ ଜରିଆରେ ପଂଜୀକରଣ କରିଥିବେ ସେମାନେ ଟିକା ନେଇ ପାରିବେ । ଯେଉଁମାନେ ଅନ୍‌ଲାଇନ୍‌ ପଞ୍ଜିକରଣ କରି ନାହାନ୍ତି ସେମାନେ ଜାନୁଆରି ୩ ତାରିଖ ଠାରୁ ଅନସ୍ପଟ ପଞ୍ଜିକରଣ କରି ଟିକା ନେଇ ପାରିବେ ।

ତେବେ ଟିକାକରଣ ପ୍ରକ୍ରିୟାକୁ ଅଧିକ ସୁଗମ ଓ ସରଳ କରିବା ପାଇଁ ଆଜି ଶିକ୍ଷା ବିଭାଗ ସହ ସ୍ଵାସ୍ଥ୍ୟ ବିଭାଗ ବୈଠକରେ ଜରିଆରେ ବିସ୍ତୁତ ଆଲୋଚନା କରିଛି । ଟିକାକରଣ ସମୟରେ ଶିକ୍ଷକ ମାନେ ସହଯୋଗ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶିକ୍ଷା ବିଭାଗକୁ ପରାମର୍ଶ ଦିଆଯାଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର