ବୌଦ୍ଧ: ଗତ କିଛି ମାସ ହେଲା ବୌଦ୍ଧ ପୁଲିସ ପକ୍ଷରୁ ସାରା ଜିଲ୍ଲାରେ ଗଞ୍ଜେଇ ବିନାଶ ଅଭିଯାନ ଆରମ୍ଭ ହୋଇଛି। ସଂରକ୍ଷିତ ଜଙ୍ଗଲରେ ଚଢ଼ଉ କରି ଗଞ୍ଜେଇ ଗଛ କାଟି ପୋଡ଼ି ନଷ୍ଟ କରୁଛନ୍ତି। ଏଥି ସହିତ ବିଭିନ୍ନ ସ୍ଥାନରେ ଯାଞ୍ଚ ମଡ଼୍ୟ କଡ଼ାକଡ଼ି କରାଯାଇଛି। ଏହିକ୍ରମରେ ନୂତନ ବର୍ଷରେ ପ୍ରଥମ କରି ଏକ ଆମ୍ବୁଲାନ୍ସରୁ ୯୪ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏସଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ ବିଳମ୍ବିତ ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2023/01/13811c12-115f-4563-b064-0af64abc3002.jpg)
ଶ୍ରୀ ଗୁରୁଙ୍କ ସୂଚନା ଅନୁସାରେ ଆଜି ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ଅଧିକାରୀ ତୁଳାରାମ ମହାନନ୍ଦ ଏକ ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲେ। କନ୍ଧମାଳ ଜିଲ୍ଲା ଗୋଛାପଡ଼ା ପଟରୁ ଆସୁଥିବା ଜାଣି ଏକ ସ୍ବତନ୍ତ୍ର ଦଳ ଗଠନ କରି ଗୁନ୍ଦୁଲିଆ ରାସ୍ତାର ସିନ୍ଦିରା ନାଳନିକଟରେ ଛକି ରହିଥିଲେ। ସଂପୃକ୍ତ ଆମ୍ବୁଲାନ୍ସ ଆସିବା ପରେ ପୋଲ ଉପରେ ଅଟକାଇଥିଲେ। ଆମ୍ବୁଲାନ୍ସ(ଓଆର-୧୫-ଏସ-୦୯୧୫)ରୁ ଦୁଇ ଜଣ ବ୍ୟକ୍ତି ଓହ୍ଲାଇ ଦୌଡ଼ି ପଳାଇ ଥିଲେ। ପୁଲିସ ଦଳ ସେମାନଙ୍କୁ ଗୋଡ଼ାଇ କାବୁ କରିଥିଲେ। ଯାଞ୍ଚ କରାଯିବାରେ ତିନିଟି ଜରି ବସ୍ତାରେ ୯୪ଟି ଏକ କିଲୋ ଓଜନର ଗଞ୍ଜେଇ ପ୍ୟାକେଟ ବାହାରିଥିଲା। ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ଦ୍ବୟ ହେଲେ ମନମୁଣ୍ଡା ଥାନା ଆଙ୍କୁନ ଗ୍ରାମର ପ୍ରଶାନ୍ତ ଗୁରୁ(୨୧) ଓ ଆମ୍ବୁଲାନ୍ସର ମାଲିକ ବରଗଡ଼ ସହର ଭିଏସଏସ ନଗରର କୈଳାସ ସିଂହ(୫୪)। ଏ ନେଇ ମନମୁଣ୍ଡା ଥାନାରେ କେସ ନଂ ୪/୨୦୨୩ରେ ମାମଲା ରୁଜୁ କରାଯାଉଥିବା ବେଳେ ଏସଆଇ ସେବତୀ ନାଏକ ତଦନ୍ତ କରୁଥିବା ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/1de9fcfb-67af-4832-8ad9-508422bb22c2.jpg)