ରାଜଧାନୀର ବିଭିନ୍ନ ହସ୍ପିଟାଲରେ ୯୫ ମୃତଦେହ ଚିହ୍ନଟ: ମୃତକଙ୍କ ପରିବାରକୁ ଦିଆହେଲାଣି ୬ କୋଟି ୯୦ ଲକ୍ଷ ଟଙ୍କା

ଭୁବନେଶ୍ବର: ରାଜ୍ୟର କେଉଁ ହସ୍ପିଟାଲରେ କେତେ ମୃତଦେହ ରହିଛି, କେତେଜଣ ଚିହ୍ନଟ ହେଲେଣି,କେତୋଟି ମୃତଦେହ ପରିବାର ଲୋକ ନେଲେଣି ଏବଂ କେତେ ଟଙ୍କା ଦିଆଯାଇଛି ତାର ସମ୍ପୂର୍ଣ୍ଣ ତଥ୍ୟ ମିଳିଛି।

ସୂଚନା ଅନୁଯାୟୀ, ରାଜଧାନୀର ବିଭିନ୍ନ ହସ୍ପିଟାଲରେ ୧୯୩ଟି ମୃତଦେହ ରହିଥିବା ବେଳେ ସେଥିମଧ୍ୟରୁ ୯୫ ମୃତଦେହ ଚିହ୍ନଟ ହୋଇଛି। ଏଯାଏ ମୃତକଙ୍କ ପରିବାରକୁ ୬ କୋଟି ୯୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଗଲାଣି। ଏମ୍ସ ଭୁବନେଶ୍ୱରରେ ୧୨୩ଟି ମୃତଦେହ ଥିବା ବେଳେ ସେଥିମଧ୍ୟରୁ ୭୧ଟି  ଚିହ୍ନଟ  ହୋଇଛି। ଏଣେ ୬୨ଟି ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ଏଠାରେ ମୃତକଙ୍କ ପରିବାରକୁ ୪ କୋଟି ୭୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି।

ତେଣେ କ୍ୟାପିଟାଲ ହସ୍ପିଟାଲରେ ୧୪ଟି ମୃତଦେହ ଥିବା ବେଳେ ସେଥିମଧ୍ୟରୁ ୪ଟି  ଚିହ୍ନଟ  ହୋଇଛି।  ୩ଟି ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ଏଠାରେ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି। ସମ୍ ହସ୍ପିଟାଲରେ ୨୦ଟି ମୃତଦେହ ମଧ୍ୟରୁ ୯ଟି  ଚିହ୍ନଟ  ହୋଇଛି।  ୯ଟି ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ଏଠାରେ ମୃତକଙ୍କ ପରିବାରକୁ ୯୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି। ହାଇ ଟେକ ହସ୍ପିଟାଲରେ ୧୦ଟି ମୃତଦେହ ଥିବା ବେଳେ ସେଥିମଧ୍ୟରୁ ୨ଟି  ଚିହ୍ନଟ ହୋଇଛି। ୨ଟି ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ଏଠାରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି।

ଅପରପକ୍ଷରେ  କିମ୍ସ ହସ୍ପିଟାଲରେ ୨୦ଟି ମୃତଦେହ ଥିବା ବେଳେ ସେଥିମଧ୍ୟରୁ ୭ଟି  ଚିହ୍ନଟ ହୋଇଛି। ୭ଟି ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ଏଠାରେ ମୃତକଙ୍କ ପରିବାରକୁ ୭୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି।

ଠିକ୍ ସେହିପରି ଆମରି ହସ୍ପିଟାଲରେ ୬ଟି ମୃତଦେହ ଥିବା ବେଳେ ସେଥିମଧ୍ୟରୁ ୨ଟି  ଚିହ୍ନଟ ହୋଇଛି। ଗାେଟିଏ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ଏଠାରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି।

 

 

ସମ୍ବନ୍ଧିତ ଖବର