କାର୍ଯ୍ୟକୁ ଫେରିଲେ ୯୫ ପୁଲିସ୍‌ କର୍ମଚାରୀ; କରୋନା ଯୋଦ୍ଧା ଭାବେ କର୍ତ୍ତବ୍ୟ କଲେ, କରୋନାକୁ ବି ହରାଇଲେ

ଡିଜିଙ୍କ ପ୍ରଶଂସା, ସର୍ଭିସ ବୁକ୍‌ରେ ରହିବ ରେକର୍ଡ

କଟକ : କରୋନା ଯୋଦ୍ଧା ଭାବେ ପରିଗଣିତ ପୁଲିସ କର୍ମଚାରୀ କରୋନାକୁ ବି ହରାଇ ପାରିଛନ୍ତି। କରୋନାରେ ସଂକ୍ରମିତ ହୋଇଥିବା ୯୫ ଜଣ ପୁଲିସ କର୍ମଚାରୀ ଇତିମଧ୍ୟରେ ସୁସ୍ଥ ହୋଇଛନ୍ତି। ଏହି କରୋନା ବିଜୟୀ ମାନଙ୍କୁ ପୁଲିସ୍‌ ଡିଜି ଅଭୟ ପ୍ରଶ˚ସା କରିବା ସହିତ ପ୍ରତ୍ୟେକଙ୍କୁ ପ୍ରଶ˚ସାପତ୍ର ଦିଆଯିବ ଏବଂ ଏହା ସେମାନଙ୍କ ସର୍ଭିସ ବୁକରେ ସ୍ଥାନ ପାଇବ ବୋଲି ଘୋଷଣା କରିଛନ୍ତି।

ପୁଲିସ୍‌ ମୁଖ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ମୋଟ ୯୫ଜଣ ପୁଲିସ୍‌ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିଲାବେଳେ ଏବେ ସ˚ପୂର୍ଣ୍ଣ ସୁସ୍ଥ ହୋଇ ପୁଣିଥରେ ଡ୍ୟୁଟିରେ ଯୋଗଦେଇ ସାରିଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୫ ଓ ବ୍ରହ୍ମପୁରରୁ ୨୩ଜଣ ସ˚କ୍ରମିତ ପୁଲିସ୍‌ କର୍ମଚାରୀ ସୁସ୍ଥ ହେବା ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହି ଦୁଇସ୍ଥାନ ବ୍ୟତୀତ ଓଏସ୍‌ଏପି ଦ୍ବିତୀୟ ବାଟାଲିଅନ ଝାରସୁଗୁଡ଼ାର ୧୦, ଓଏସ୍‌ଏପି ଅଷ୍ଟମ ବାଟାଲିଅନ ଛତ୍ରପୁରର ୧୪, ଓଏସ୍‌ଏପି ତୃତୀୟ ବାଟାଲିଅନ କୋରାପୁଟର ୬, ଚତୁର୍ଥ ଆଇଆର‌୍‌ବି ଦେବଗଡ଼ର ୩, ମାଲକାନଗିରି ଓ ପୁରୀରୁ ୨ଜଣ ଲେଖାଏ, ଭୁବନେଶ୍ବର କମିସନରେଟ, ବଲାଙ୍ଗୀର, କଳାହାଣ୍ତି, କନ୍ଧମାଳ, ମୟୁରଭଞ୍ଜ, ନୟାଗଡ଼, ଓଏସ୍‌ଏପି ଷଷ୍ଠ ବାଟାଲିଅନ କଟକ, ଓଏସ୍‌ଏପି ଚତୁର୍ଥ ଏସ୍‌ଏସ୍‌ ବାଟାଲିଅନ ମାଲକାନଗିରି, ପଞ୍ଚମ ଆଇଆର‌୍‌ବି ବୌଦ୍ଧ, ସପ୍ତମ ସ୍ପେଶାଲ ଆଇଆର‌୍‌ବି କୋରାପୁଟରୁ ଜଣେ ଲେଖାଏ ପୁଲିସ୍‌ କର୍ମଚାରୀ ସ˚ପୂର୍ଣ୍ଣ ସୁସ୍ଥ ହେବା ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି।

ଏହି ପୁଲିସ୍‌ କର୍ମଚାରୀଙ୍କ ବାହାଦୁରି ସ˚କ୍ରାନ୍ତରେ ସେମାନଙ୍କ ସର୍ଭିସ ବୁକ୍‌ରେ ରେକର୍ଡ କରାଯିବ। ତେଣୁ ପ୍ରତ୍ୟେକ ଜିଲ୍ଲା ଓ ବାଟାଲିଅନ୍‌ର କର୍ତ୍ତୃପକ୍ଷ ସ˚ପୃକ୍ତ ବିଜେତାମାନଙ୍କ ନାମ ଓ ରାଙ୍କ୍‌କୁ ନିର୍ଦ୍ଧାରିତ ଫର୍ମ ମାଧ୍ୟମରେ ପୁଲିସ୍‌ ମୁଖ୍ୟାଳୟକୁ ପଠାଇବାକୁ କୁହାଯାଇଛି। ସ୍ବତନ୍ତ୍ର ପ୍ରଶ˚ସାପତ୍ରରେ ଫଟୋ, ନାମ, ରାଙ୍କ ଓ ସେମାନଙ୍କ କାର୍ଯ୍ୟସ୍ଥଳ ବିଷୟରେ ଉଲ୍ଲେଖ କରାଯିବା ସହ ଡିଜିପିଙ୍କ ପ୍ରଶ˚ସା ବାର୍ତ୍ତା ମଧ୍ୟ ଲିପିବଦ୍ଧ ହେବ। ଏସ୍‌ପି, କମାଣ୍ତାଣ୍ଟ କିମ୍ବା ଏହାଠୁ ଅଧିକ ପାହ୍ୟାର ଅଧିକାରୀମାନଙ୍କ ଦ୍ବାରା ଉକ୍ତ ପ୍ରଶ˚ସାପତ୍ରକୁ ସ˚ପୃକ୍ତ କରୋନା ବିଜେତାଙ୍କୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ପ୍ରଦାନ କରାଯିବ। ଏହାଦ୍ବାରା କରୋନା ବିଜେତାଙ୍କ ସହ ଅନ୍ୟ ଯୋଦ୍ଧାମାନେ ମଧ୍ୟ ଉତ୍ସାହିତ ହେବେ ବୋଲି ପୁଲିସ ମୁଖ୍ୟାଳୟରୁ କୁହାଯାଇଛି।

ସମ୍ବନ୍ଧିତ ଖବର