ଭୁବନେଶ୍ବର : ରାଜ୍ୟରେ ବରିଷ୍ଠ ନାଗରିକମାନଙ୍କ ଟିକାକରଣ ଅଭିଯାନ ଜାରି ରହିଛି। ଆଜି ଚତୁର୍ଥ ଦିନରେ ୩୯,୪୮୯ ଜଣ ବରିଷ୍ଠ ନାଗରିକ ଟିକା ନେଇଛନ୍ତି। ଚାରି ଦିନରେ ମୋଟ୍ ୯୫,୮୮୨ ଜଣ ଟିକା ନେଇସାରିଲେଣି। ଏହା ବାଦ୍ ଜଟିଳ ରୋଗ ବା କୋ-ମର୍ବିଡ୍ ଥିବା ୪୫ ବର୍ଷରୁ ଅଧିକ ବୟସର ମୋଟ୍ ୩୯୧୨ ଜଣ ଟିକା ନେଇଛନ୍ତି।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ମୋଟ୍ ୫୭,୮୯୩ ଜଣ ଟିକା ନେଇଛନ୍ତି। ତାହା ମଧ୍ୟରୁ ୬୮୯ ସ୍ବାସ୍ଥ୍ୟ କର୍ମୀ ପ୍ରଥମ ଡୋଜ୍ ଟିକା ନେଇଥିଲା ବେଳେ ୧୩,୯୧୨ ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ୧୬୪୭ ଜଣ ଆଗଧାଡ଼ିର କରୋନା ଯୋଦ୍ଧା ଟିକା ନେଇଛନ୍ତି। ଆଜି ସୁଦ୍ଧା ରାଜ୍ୟରେ ମୋଟ୍ ୭,୫୪,୬୪୩ ଡୋଜ୍ ଟିକା ଦିଆସରିଛି।