ମାଦ୍ରାସା ପରୀକ୍ଷାରେ ୯୬.୭% ପାସ୍‌

ଭୁବନେଶ୍ବର : ଓଡ଼ିଶା ମଦ୍ରାସା ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାହିର(ଯୁକ୍ତ୨) ପରୀକ୍ଷା ଫଳ ପ୍ରକାଶ ପାଇଛି। ୪୦୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୯୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ହାର ୯୬.୭% ହୋଇଛି। ସମସ୍ତ ୫୮ ଜଣ ରେଗୁଲାର ପରୀକ୍ଷାର୍ଥୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିସହ ୩୪୭ ଜଣ ପ୍ରାଇଭେଟ୍‌ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୩୪ ଜଣ ପାସ୍‌ କରିଛନ୍ତି। ଭଦ୍ରକ ଜିଲ୍ଲାର ଶେଖ ସରଫରାଜ୍‌ ଆଲମ୍‌ ପରୀକ୍ଷାରେ ୮୨.୫% ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ମଦ୍ରାସା ବୋର୍ଡ ୱେବସାଇଟ୍‌ osbme.org.in ରୁ ଛାତ୍ରଛାତ୍ରୀ ସେମାନଙ୍କ ପରୀକ୍ଷା ଫଳ ଜାଣିପାରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଆଜି ଅପରାହ୍ଣରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ।

ସମ୍ବନ୍ଧିତ ଖବର