୯୬ ହଜାର ଠକିନେଲେ ସାଇବର ଲୁଟେରା

୯୬ ହଜାର ଠକିନେଲେ ସାଇବର ଲୁଟେରା

OdishaTV

କବାଟବନ୍ଧ: ଜଣେ ବ୍ୟକ୍ତିଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟରୁ ୯୬ ହଜାର ଟଙ୍କା ସାଇବର ଲୁଟେରା ଲୁଟିନେଇଛନ୍ତି। ଏଭଳି ଘଟଣା ଘଟିଛି ଜେନାପୁର ଥାନା ଅନ୍ତର୍ଗତ କବାଟବନ୍ଧ ଗ୍ରାମରେ। କବାଟବନ୍ଧ ଚଷାସାହି ଗ୍ରାମର ବାବୁଲି ସାହୁ (୫୦) ଏକ ଗ୍ରୋସରି ଦୋକାନ କରି ପରିବାର ପ୍ରତିପୋଷଣ କରିଥାନ୍ତି। ପୁଅର କଲେଜ ଫିଜ୍‌ ଦେବା ପାଇଁ ସେ ବ୍ୟାଙ୍କରେ ଟଙ୍କା ଜମା ରଖିଥିଲେ। ନିମିଷକ ମଧ୍ୟରେ ଲୁଟେରା ସବୁଟଙ୍କା ଲୁଟିନେଲେ। ସୂଚନା ମୁତାବକ, ଗତ ୭ ତାରିଖ ଅପରାହ୍ଣ ୫ଟା ବେଳେ ବାବୁଲି ଦୋକାନରେ ବ୍ୟସ୍ତ ଥିବା ବେଳେ ଏକ ଅଜଣା ନମ୍ବରରୁ ତାଙ୍କ ମୋବାଇଲ୍‌କୁ କଲ୍‌ ଆସିଥିଲା।

ଅଜଣା ବ୍ୟକ୍ତିଜଣକୁ ବାବୁଲିଙ୍କୁ କହିଲା ଯେ, ତୁମେ ଆବେଦନ କରିଥିବା କ୍ରେଡିଟ୍ କାର୍ଡ ଆସିଯାଇଛି, ତୁମ ନମ୍ବରରେ ଗୋଟିଏ ଓଟିପି ଯାଇଛି ସେ ନମ୍ବରଟି ମତେ କହିଲେ ତୁମ ପାଖରେ କ୍ରେଡିଟ୍ କାର୍ଡ ପହଞ୍ଚିଯିବ। ଠକ କଥାକୁ ବିଶ୍ବାସ କରି ବାବୁଲି ଓଟିପି ତା’କୁ ଜଣାଇ ଦେଇଥିଲେ। ସଙ୍ଗେସଙ୍ଗେ ବାବୁଲିଙ୍କ କବାଟବନ୍ଧ ଏସ୍‌ବିଆଇ ଶାଖା ଓ ଯାଜପୁରରୋଡ ଇଣ୍ତସ୍‌ଇଣ୍ତ ଶାଖାର ଦୁଇଟି ଆକାଉଣ୍ଟରୁ ୯୫ ହଜାର ୯୨୯ ଟଙ୍କା ଗାଏବ ହୋଇଯାଇଥିଲା। ୧୦ ତାରିଖ ଦିନ ପୁଅର କଲେଜ ଫିଜ୍‌ ପଠାଇବା ପାଇଁ ବ୍ୟାଙ୍କ ଯାଇ ଦେଖିବାରୁ ତାଙ୍କ ଆକାଉଣ୍ଟରେ ଟଙ୍କା ନଥିଲା। ଯେଉଁ ଅଜଣା ନମ୍ବରରୁ ଓଟିପି ମଗାଯାଇଥିଲା ସେହି ନମ୍ବରକୁ ଟଙ୍କା ଚାଲିଯାଇଥିବା ଜଣାପଡ଼ିଥିଲା। ଗତ ୧୩ ତାରିଖରେ ବାବୁଲି ଏସଂପର୍କରେ ଜେନାପୁର ଥାନାରେ ଅଭିଯୋଗ କରିଥିଲେ। ଜେନାପୁର ପୁଲିସ ୮୩/୨୩ରେ ଏକ ମାମଲା ରୁଜୁ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe