ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ହୋଇଛି ୯୬୦ଟି ରାସ୍ତା ନିର୍ମାଣ

ଭୁବନେଶ୍ବର : ଗ୍ରାମାଞ୍ଚଳର ବିକାଶ ଓ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗମନାଗମନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପ୍ରଚଳନ କରିଛନ୍ତି। ଏହି ଯୋଜନାରେ ବର୍ତମାନସୁଦ୍ଧା ରାଜ୍ୟରେ ୯୬୦ଟି ରାସ୍ତା ନିର୍ମାଣ କରାଯାଇଛି। ୩୭୪୧.୮୯ କି.ମି ଦୈର୍ଘ୍ୟବିଶିଷ୍ଟ ଏହି ରାସ୍ତାଗୁଡ଼ିକ ଦ୍ବାରା ୧୧୭୨ଟି ଗ୍ରାମକୁ ନିକଟବର୍ତ୍ତୀ ମୁଖ୍ୟ ରାସ୍ତା ସହ ସଂଯୋଗ କରାଯାଇଛି। ଏହା ଗ୍ରାମାଞ୍ଚଳର ଦୈନନ୍ଦିନ ଜୀବନରେ ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହୋଇଛି। ଗ୍ରାମାଞ୍ଚଳର ଅର୍ଥନୈତିକ ଓ ସାମାଜିକ ବିକାଶ ହେବା ସହିତ କୃଷିଜନିତ ଆୟ ବୃଦ୍ଧି ଓ ଦାରିଦ୍ର୍ୟକୁ ହ୍ରାସକୁ ସୁନିଶ୍ଚିତ କରିବା ପାଇଁ ଯୋଜନା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ୨୦୧୫/୧୬ ଆର୍ଥିକ ବର୍ଷଠାରୁ କାର୍ଯ୍ୟକାରୀ ହୋଇଛି। ଏହି ଯୋଜନା ଗମନାଗମନ ତଥା ଯୋଗାଯୋଗ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିପାରିଛି। ଏହାଦ୍ବାରା ସ୍ଥାନୀୟ ଲୋକ ନିକଟସ୍ଥ ସହରରେ ନିଜର ଉତ୍ପାଦନର ଉପଯୁକ୍ତ ବଜାର ସୁବିଧା ପାଇପାରୁଛନ୍ତି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନକ୍ସଲ ପ୍ରଭାବିତ ଅଞ୍ଚଳ‌ରେ ନକ୍ସଲ ଦମନ ପାଇଁ ପୁଲିସ କମ୍ବିଂ ଅପରେସନ୍ ପାଇଁ ଲାଭଜନକ ହୋଇପାରିଛି। ‌ଏହି ଅଞ୍ଚଳର ଉନ୍ନୟନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିପାରିଛି। ଏହିସବୁ ଅଞ୍ଚଳକୁ ଯିବା ପାଇଁ ମଧ୍ୟ ଏହା ସିଆରପିଏଫ୍‌ ଆରକ୍ଷୀ ବାହିନୀଙ୍କ ପାଇଁ ସୁବିଧାଜନକ ହୋଇପାରିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର