ମଧ୍ୟମା ପରୀକ୍ଷାରେ ୯୭.୧୮ % ପିଲା ପାସ, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ୪୦.୧୮%

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ସମେତ ମଧ୍ୟମା (ସଂସ୍କୃତ) ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଫଳ ପ୍ରକାଶ ପାଇଛି । ମଧ୍ୟମା (ସଂସ୍କୃତ) ପରୀକ୍ଷାରେ ୯୭.୧୮ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାରେ ୪୦.୧୭ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ବୋର୍ଡ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାରେ ଚଳିତ ବର୍ଷ ୯ ହଜାର ୧୨୬ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଏଥିରୁ ୩ ହଜାର ୬୫୩ ଜଣ ପାସ କରିଛନ୍ତି । ଏ୧ ଓ ଏ୨ ଗ୍ରେଡରେ କୌଣସି ଛାତ୍ରଛାତ୍ରୀ ପାସ କରିପାରି ନାହାନ୍ତି । ବି୧ ଗ୍ରେଡରେ ଜଣେ ପିଲା ପାସ କରିଥିବା ବେଳେ ବି୨ ଗ୍ରେଡରେ ୨୦ ଜଣ ପିଲା ପାସ କରିଛନ୍ତି । ସେହିଭଳି ସି ଗ୍ରେଡରେ ୨୫୩ ଜଣ, ଡି ଗ୍ରେଡରେ ୯୬୮ ଜଣ ଓ ଇ ଗ୍ରେଡରେ ୨୪୧୧ ଜଣ ପିଲା ପାସ କରିଛନ୍ତି ।

ସେହିପରି ଚଳିତ ବର୍ଷ ୪୨୫୫ ଜଣ ଛାତ୍ରଛାତ୍ରୀ ମଧ୍ୟମା ପରୀକ୍ଷା ଦେଇଥିଲେ । ଏଥିରୁ ୪୧୩୫ ଜଣ ପାସ କରିଛନ୍ତି । ଏ୧ ଗ୍ରେଡରେ କୌଣସି ଛାତ୍ରଛାତ୍ରୀ ପାସ କରି ନାହାନ୍ତି । ଏ୨ ଗ୍ରେଡରେ ୨୨ ଜଣ, ବି୧ରେ ୫୪୭ ଜଣ, ବି୧ ଗ୍ରେଡରେ ୫୪୭ ଜଣ, ବି୨ ଗ୍ରେଡରେ ୨୫୩୯ ଜଣ, ସି ଗ୍ରେଡରେ ୬୩୯ ଜଣ, ଡି ଗ୍ରେଡରେ ୧୪୭ ଜଣ, ଇ ଗ୍ରେଡରେ ଜଣେ ପାସ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ସମ୍ବନ୍ଧିତ ଖବର