ଭୁବନେଶ୍ବର : ନଦୀ ନେଉଛି ଜୀବନ। ଗତ ତିନି ବର୍ଷରେ ନଦୀରେ ବୁଡ଼ି ୯୭୦ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟର ବିଭିନ୍ନ ନଦୀରେ ଏଭଳି ଅଘଟଣ ଘଟିଛି। ସେହିପରି ନଦୀରେ ବୁଡ଼ି ଯାଉଥିବା ୬୧୩ ଜଣଙ୍କୁ ଉଦ୍ଧାର କରାଯାଇଛି। ପର୍ବପର୍ବାଣୀ ସମୟରେ ନଦୀ ନିକଟରେ ଥିବା ବିଭିନ୍ନ ବିପଦସଂକୁଳ ସ୍ଥାନରେ ସତର୍କତା ଅବଲମ୍ବନ ପାଇଁ ଅଗ୍ନିଶମ ବାହିନୀ ଓ ଜରୁରୀକାଳୀନ କର୍ମଚାରୀଙ୍କୁ ଆବଶ୍ୟକ ଉପକରଣ ସହ ଉଦ୍ଧାର କାମ ନିମନ୍ତେ ମୁତୟନ କରାଯାଉଛି। ଆଜି ବିଧାନସଭାରେ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ତଥ୍ୟ ଉପସ୍ଥାପନ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp