ଆଜି ରାଜ୍ୟରେ ସୁସ୍ଥ ହେଲେ ୯୯ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୯୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୯୯୩ରେ ପହଂଚିଛି ।୯୯ ଜଣ ସୁସ୍ଥଙ୍କ ମଧ୍ୟରୁ ଯାଜପୁରର ୧୬ଜଣ, ଖୋର୍ଦ୍ଧାର ୧୩ଜଣ, କେନ୍ଦ୍ରାପଡାର ୧୧ଜଣ, ଗଞ୍ଜାମର ୯ଜଣ, ଦେବଗଡର ୮ଜଣ, କଟକର ୭ଜଣ, ଜଗତସିଂହପୁରର ୭ଜଣ, ବାଲେଶ୍ୱରର ୬ଜଣ, ବରଗଡର ୬ଜଣ, ବଲାଙ୍ଗୀରର ୬ଜଣ, କେନ୍ଦୁଝରର ୪ଜଣ, ନୟାଗଡର ୩ଜଣ ଓ କୋରାପୁଟ, ସମ୍ବଲପୁର, ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |


ସେହିପରି ଆଜି ସକାଳେ ରାଜ୍ୟରେ ପୁଣି ୧୩୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଛି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୬୩୧, ବାଲେଶ୍ବରରେ ୧୯୦, ଯାଜପୁରରେ ୩୨୫ , କଟକରେ ୧୮୭, ପୁରୀରେ ୧୦୮, କେନ୍ଦ୍ରାପଡ଼ାରେ ୧୬୭, ଅନୁଗୁଳରେ ୩୩, ଖୋର୍ଦ୍ଧାରେ ୨୫୭, ଦେବଗଡ଼ରେ ୩୩ , ଭଦ୍ରକରେ ୧୫୧, ନୟାଗଡ଼ରେ ୯୦, ଜଗତସିଂହପୁରରେ ୮୯, ସୁନ୍ଦରଗଡ଼ରେ ୧୧୧, ନୂଆପଡ଼ାରେ ୭୨, ବଲାଙ୍ଗୀରରେ ୧୨୨, ବୌଦ୍ଧରେ ୩୪, କେନ୍ଦୁଝରରେ ୪୩, ମାଲକାନଗିରିରେ ୨୧, ମୟୂରଭଞ୍ଜରେ ୭୬, କଳାହାଣ୍ଡିରେ ୨୯, କନ୍ଧମାଳରେ ୩୫, ଗଜପତିରେ ୬୧, କୋରାପୁଟରେ୧୬, ଢେଙ୍କାନାଳରେ ୩୮, ଝାରସୁଗୁଡ଼ାରେ ୮, ସମ୍ବଲପୁରରେ ୧୭ରେ ପହଞ୍ଚିଛି। ଅପରପକ୍ଷରେ ବରଗଡ଼ରେ ୧୬, ସୁବର୍ଣ୍ଣପୁର ଜିଲ୍ଲାରେ ୨୯ ଏବଂ ନବରଙ୍ଗପୁର ଜିଲ୍ଲାରେ୨ଜଣ ଓ ରାୟଗଡ଼ା ଜିଲ୍ଲାରେ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ବି ଗଞ୍ଜାମ ଜିଲ୍ଲା ସଂକ୍ରମିତଙ୍କ ସଂଖ୍ୟାରେ ଶୀର୍ଷରେ ରହିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର