କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ନବମ ଶ୍ରେଣୀ ଧନ୍ଦାମୂଳକ ପ୍ରାକ୍ଟିକାଲ ପରୀକ୍ଷା ଆସନ୍ତା ୨୦ତାରିଖରୁ ୨୮ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ନିଜ ନିଜ ସ୍କୁଲରେ କରାଯିବ। ଏହି ପରୀକ୍ଷାର ଏକ୍ସଟରନାଲ୍ ପରୀକ୍ଷକଙ୍କ ନିଯୁକ୍ତିପତ୍ର, ପରୀକ୍ଷା ସଂକ୍ରାନ୍ତ ସମସ୍ତ ସୂଚନା, ମାର୍କ ଫଏଲ, ଆଟେଣ୍ଡାଣ୍ଟ୍ ସିଟ୍ ଆଦି ସମସ୍ତ କାଗଜପତ୍ର ବୋର୍ଡର େଓ୍ଵବ୍ସାଇଟ୍ www.bseodisha.ac.inରେ ଉପଲବ୍ଧ ହେଉଛି। ପରୀକ୍ଷକଙ୍କ ସମେତ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ େଓ୍ଵବ୍ସାଇଟ୍ରୁ ପରୀକ୍ଷା ସଂକ୍ରାନ୍ତରେ ସୂଚନା ସଂଗ୍ରହ କରିପାରିବେ। ପ୍ରାକ୍ଟିକାଲ ପରୀକ୍ଷା ପରେ ଦାୟିତ୍ୱରେ ଥିବା ଏକ୍ସଟରନାଲ ଛାତ୍ରଛାତ୍ରୀଙ୍କ ନମ୍ବରକୁ ରେଜିଷ୍ଟ୍ରି ପୋଷ୍ଟରେ ବୋର୍ଡ ମୁଖ୍ୟ କାର୍ଯର୍୍ୟାଳୟକୁ ପଠାଇବାକୁ ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ, ୨୦୮ଟି ହାଇସ୍କୁଲରେ ଧନ୍ଦାମୂଳକ ପରୀକ୍ଷା ତୃତୀୟ ଭାଷାର ବିକଳ୍ପ ହୋଇଥିବା ବେଳେ ଏଥି ପାଇଁ ଇନ୍ଫରମେସନ୍ ଟେକ୍ନୋଲୋଜି(ଆଇଟି), ରିଟେଲ୍, ଟ୍ରାଭେଲ୍ ଆଣ୍ଡ୍ ଟୁରିଜିମ୍, ବ୍ୟାଙ୍କିଙ୍ଗ୍-ଫିନାନସିଆଲ୍ ସର୍ଭିସ୍ ଆଣ୍ଡ ଇନ୍ୟୁରାନ୍ସ ଆଦି ବିଷୟ ରହିଛି।
ନବମ ଶ୍ରେଣୀ ଧନ୍ଦାମୂଳକ ପ୍ରାକ୍ଟିକାଲ ପରୀକ୍ଷା ୨୦ରୁ
/sambad/media/post_attachments/wp-content/uploads/2018/04/bse-cuttack.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)