ଫକୀରମୋହନ ବିଶ୍ବବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବ

ସୁବ୍ରତ ଆଚାର୍ଯ୍ୟ ଓ ଶ୍ରୁତି ମହାପାତ୍ରଙ୍କୁ ସମ୍ମାନଜନକ ଡକ୍ଟରେଟ୍‌

ରେମୁଣା : ଫକୀରମୋହନ ବିଶ୍ବବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଅହଂକାର ସର୍ବସ୍ବ ନହୋଇ ନିଜ ଉପରେ ବିଶ୍ବାସ ରଖିବା ସହିତ ବ୍ୟାପ୍ତ ହେବା ପାଇଁ ଉପଦେଶ ଦେଇଛନ୍ତି।

କାର୍ଯ୍ୟକ୍ରମରେ ପ୍ରଥମେ କୁଳପତି ପ୍ରଫେସର ମଧୁମିତା ଦାସ ପ୍ରାରମ୍ଭିକ ଭାଷଣ ରଖିଥିଲେ। ଫକୀରମୋହନ ବିଶ୍ବବିଦ୍ୟାଳୟ ଗଠନରେ ଯେଉଁ ମହାନ ବ୍ୟକ୍ତିମାନଙ୍କ ଭୂମିକା ରହିଛି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସମ୍ୟକ୍‌ ସୂଚନା ପ୍ରଦାନ କରିଥିଲେ। ଉତ୍ସବରେ ଜାତୀୟ ମୂଲ୍ୟ ନିର୍ଧାରଣ ଓ ଅଧିସ୍ବୀକୃତି ପରିଷଦ(ନାକ୍‌)ର ନିର୍ଦେଶକ ପ୍ରଫେସର ଏସ୍‌ ସି ଶର୍ମା ମୁଖ୍ୟଅତିଥି ଭା‌େବ ଯୋଗ ଦେଇ ତାଙ୍କ ଦୀକ୍ଷାନ୍ତ ଭାଷଣରେ ଓଡ଼ିଶା ସହ ତାଙ୍କ ଜନ୍ମଭୂମି କର୍ଣ୍ଣାଟକର ପ୍ରାଚୀନ କାଳରୁ ରହି ଆସିଥିବା ସାସ୍କୃତିକ ସୁସଂପର୍କ ଉପରେ ଅବତାରଣା କରିଥିଲେ।। ଉତ୍ସବରେ ଡ. ସୁବ୍ରତ ଆଚାର୍ଯ୍ୟ ଓ ଡ. ଶ୍ରୁତି ମହାପାତ୍ରଙ୍କୁ ସେମାନଙ୍କର ବିଶେଷ ଅବଦାନ ପାଇଁ ରାଜ୍ୟପାଳ ଗଣେଶୀ ଲାଲଙ୍କ ଠାରୁ ସମ୍ମାନଜନକ ଡକ୍ଟରେଟ୍‌ ଉପାଧି ଗ୍ରହଣ କରିଥିଲେ। ଏହା ବ୍ୟତୀତ ୪ ଜଣଙ୍କୁ ଡିଲିଟ୍‌, ୧୦୭ ଜଣଙ୍କୁ ଡକ୍ଟରେଟ୍‌ ଓ ୬୩ ଜଣଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ଶେଷରେ କୁଳସଚିବ ଅମର ସିଂ ସୋରେନ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର