ରାଜମହେନ୍ଦ୍ରୀ ରେଳଷ୍ଟେସନରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ, ୯ ଟ୍ରେନ୍‌ ବାତିଲ୍‌ ୪ଟିର ମାର୍ଗ ପରିବର୍ତନ

ଭୁବନେଶ୍ବର: ଦକ୍ଷିଣ କେନ୍ଦ୍ରୀୟ ରେଳପଥ ବିଜୟୱାଡ଼ା ରେଳମଣ୍ଡଳ ଅନ୍ତର୍ଗତ ରାଜମହେନ୍ଦ୍ରୀ ରେଳଷ୍ଟେସନରେ ୟାର୍ଡ ନବୀକରଣ ସହ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲିଛି। ତାହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥରୁ ଓ ଏହା ମଧ୍ୟ ଦେଇ ଚଳାଚଳ କରୁଥିବା ୯ଟି ଯାତ୍ରୀବାହୀ ଟ୍ରେନ ବାତିଲ ହୋଇଛି। ଡିସେମ୍ବର ୨୫ରୁ ଜାନୁଆରି ୮ ମଧ୍ୟରେ ୬ ଯୋଡ଼ା ସ୍ବତନ୍ତ୍ର ପାର୍ସଲ ଟ୍ରେନ ଆଂଶିକ ବାତିଲ ରହିବ। ଏଥିସହ ୪ଟି ସ୍ବତନ୍ତ୍ର ଟ୍ରେନ୍‌ର ମାର୍ଗ ପରିବର୍ତ୍ତନ କରାଯାଇଛି। ଓଡ଼ିଶାରୁ ଛାଡ଼ୁଥିବା ପୁରୀ-ଓଖା-ପୁରୀ ସ୍ବତନ୍ତ୍ର ଟ୍ରେନ ପୁରୀଠାରୁ ଡିସେମ୍ବର ୨୭ରୁ ଜାନୁଆରି ୩ ମଧ୍ୟରେ ଏବଂ ଓଖାଠାରୁ ଡିସେମ୍ବର ୩୦ରୁ ଜାନୁଆରି ୬ ମଧ୍ୟରେ ବିଜୟନଗରମ୍‌, ରାୟଗଡା, ଟିଟିଲାଗଡ଼, ରାଇପୁର-ଗୋଣ୍ଡିଆ-ନାଗପୁର ମାର୍ଗରେ ଚଳାଚଳ କରିବ। ଏହି ସମୟ ମଧ୍ୟରେ ଏହା ବିଶାଖାପାଟଣା, ଅଣକାପଲ୍ଲୀ, ରାଜମହେନ୍ଦ୍ରୀ, ଏଲୁରୁ, ବିଜୟୱାଡ଼ା, ୱାରାଙ୍ଗଲ୍‌, ରାମଗୁଣ୍ଡମ, ମଞ୍ଚେରାଲ, ସିରପୁର କାଗଜ ନଗର, ଚନ୍ଦ୍ରପୁର, ବାଲହରସା ଷ୍ଟେସନଗୁଡ଼ିକରେ ରହଣି କରିବ ନାହିଁ।

ସମ୍ବନ୍ଧିତ ଖବର