ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ପବିତ୍ର ମୁହୂର୍ତ୍ତକୁ ସ୍ମରଣୀୟ ରଖିବା ଲାଗି ଜଣେ ଭକ୍ତ ବଡ଼ଦାଣ୍ଡରେ ୧୦୮ ଫୁଟର ଧୂପକାଠି ଜାଳିଛନ୍ତି। ତାଳଚେର କଣିହାଁର ପ୍ରହ୍ଲାଦ ଚନ୍ଦ୍ର ସାହୁ ନିଜ ହାତରେ ଝୁଣା, ଚନ୍ଦନ ଆଦିରେ ଏହି ଧୂପକାଠି ପ୍ରସ୍ତୁତ କରିଛନ୍ତି। ଏହାର ଲମ୍ବ ୧୦୮ ଫୁଟ ହୋଇଥିବା ବେଳେ ମୋଟେଇ ୧ ଇଞ୍ଚ ରହିଛି। ଶ୍ରୀ ସାହୁଙ୍କ କହିବା ଅନୁଯାୟୀ, ଧୂପକାଠିର ଗୋଟେ ଇଞ୍ଚ ଜଳି ଶେଷ ହେବାକୁ ୪୫ ମିନିଟ୍ ଲାଗୁଛି। ସେହି ହିସାବରେ ପ୍ରାୟ ମାସେ ପର୍ଯ୍ୟନ୍ତ ଏହି ବୃହତ୍ ଧୂପକାଠିଟି ଜଳିବ ବୋଲି ସେ ଆଶା ରଖିଛନ୍ତି। ଶ୍ରୀ ସାହୁଙ୍କ କହିବା ମୁତାବକ, ୧୦ ଦିନ ଲାଗି ସେ ଏହାକୁ ଖାସ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପ୍ରସ୍ତୁତ କରିଥିଲେ। ଏହାକୁ ତିଆରି କରି ଆଣିବା ପାଇଁ ସେ ୩୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଶ୍ରୀ ସାହୁ କହିଛନ୍ତି, ପୁରୀକୁ ଦେଢ଼ ବର୍ଷ ପରେ ଆସିଛି। ପୁରୀର ଚିତ୍ର ଯେ ଏମିତି ହୋଇପାରେ ସେ ବିଶ୍ବାସ କରିପାରୁନାହାନ୍ତି। ପୂର୍ବରୁ ପୁରୀ ଆସିଲେ ପରିକ୍ରମା ତ କରିପାରନ୍ତି ନାହିଁ, କେଉଁ ଗଳିକୁ ପ୍ରବେଶ କଲେ ଅଡ଼ୁଆରେ ଫସନ୍ତି। ଏଣିକି ଶ୍ରୀମନ୍ଦିର ପ୍ରଦକ୍ଷଣ କରିବା ବାଟରେ କିଛି ବି ପ୍ରତିବନ୍ଧକ ନାହିଁ। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଲାଗିଲା ୧୦୮ ଫୁଟର ଧୂପକାଠି, ମାସେ ଯାଏଁ ଜଳିବ
/sambad/media/post_attachments/wp-content/uploads/2024/01/sfhsfhfhhfhfs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)