ମା’ କୋଳରୁ ୨ ବର୍ଷର ଝିଅ ଗାଏବ

କଳାବାଡ଼ିଆ: ବାଙ୍ଗିରିପୋଷି ତହସିଲ ସମ୍ମୁଖ ଚାଳିଆରେ ମୁଣ୍ଡ ଗୁଞ୍ଜିଥିବା ବାଚୁ ଦାସ ଓ ପତ୍ନୀ ସୁରୁଙ୍କ ୨ ବର୍ଷର ଝିଅକୁ କେହି ଦୁର୍ବୃତ୍ତ ଗତକାଲି ରାତି ପ୍ରାୟ ୪ଟା ସମୟରେ ଟେକି ନେଇଥିବା ଘଟଣାରେ ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ଏହି ସ୍ପର୍ଶକାତର ଘଟଣାକୁ ଅଣଦେଖା କରି ଗତକାଲି ମାମଲା ରୁଜୁ କରୁନଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା।

ଶିଶୁକନ୍ୟାର ବାପା-ମା’ ଗତକାଲି ୪ ଥର ଥାନାକୁ ଯାଇ ଝିଅକୁ ଖୋଜି ଆଣିବାକୁ ନେହୁରା ହୋଇଥିଲେ ବି ପୁଲିସ ମାମଲା ରୁଜୁ କରିନଥିଲା। ତେବେ ଆଜି ପୁଲିସ କେସ୍‌ ନଂ ୪୩/୨୦୨୨ରେ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଝିଅଟିକୁ ଭୋର୍‌ ସମୟରେ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ଅପହରଣ କରି ନେଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତଦନ୍ତ ଚାଲିଛି, ଖୁବ୍‌ଶୀଘ୍ର ଝିଅଟିର ସନ୍ଧାନ ମିଳିଯିବ ବୋଲି ତଦନ୍ତକାରୀ ଅଧିକାରୀ ପ୍ରବୋଧ ନାଏକ କହିଛନ୍ତି।

ସମ୍ବନ୍ଧିତ ଖବର