ଭୁବନେଶ୍ବର: ପବିତ୍ର ଘୋଷଯାତ୍ରା ଅବସରରେ ହାଇଟେକ୍ ମେଡ଼ିକାଲ କଲେଜ ଓ ହସ୍ପିଟାଲ୍ ପକ୍ଷରୁ ପୁରୀଠାରେ ୨୦ଟି ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ୍ର ଉଦ୍ଘାଟନ କରାଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଉପଜିଲ୍ଲାପାଳ ଭବଚରଣ ସାହୁ, ପୁରୀ ମନ୍ଦିରର ମଠ ମହନ୍ତ ମହାରାଜ ପ୍ରମୁଖ ଉପସ୍ଥିତ ଥିଲେ।
ବରିଷ୍ଠ ସେବାୟତ ବିନାୟକ ଦାଶ ମହାପାତ୍ର, ରାମଚନ୍ଦ୍ର ଦାଶ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ମ୍ୟାନେଜିଙ୍ଗ ଟ୍ରଷ୍ଟି ସୁରେଶ କୁମାର ପାଣିଗ୍ରାହୀ, ନିର୍ଦ୍ଦେଶକ ରୂପେଶ ପାଣିଗ୍ରାହୀ, ରାକେଶ ପାଣିଗ୍ରାହୀ, ସାବିତ୍ରୀ ପାଣିଗ୍ରାହୀ, ମଧୁସ୍ମିତା ତ୍ରିପାଠୀ, ଅଙ୍କିତା ପାତ୍ର, ଉପନିର୍ଦ୍ଦେଶକ ଅନୀଲ ପାଣିଗ୍ରାହୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ମିତା ପାଢ଼ୀ, ଲିଆସନିଂ ଅଫିସର୍ ସୁଶାନ୍ତ ଶତପଥୀ, ଡେପୁଟି ଅଡିଟର୍ ଜେନେରାଲ ଭିନିଲ୍ କ୍ରିଷ୍ଣନ୍, ଗୀତାଞ୍ଜଳି ପଣ୍ଡା, ଚିଫ୍ ସେକ୍ରେଟାରି ପି.କେ ଜେନା, ମାର୍କେଟିଂର ଉପସଭାପତି ମନୋଜ ଦାସ ପ୍ରମୁଖ ଯୋଗଦେଇ ଥିଲେ। ସେବାୟତ ଓ ଶ୍ରଦ୍ଧାଳୁଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ହାଇଟେକ୍ ମେଡ଼ିକାଲ ସବୁବେଳେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ହସ୍ପିଟାଲର ଅଧ୍ୟକ୍ଷ ଶ୍ରୀ ପାଣିଗ୍ରାହୀ।